ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାଇ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ

ବୁଗୁଡ଼ା, 28/02/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ସାଇ ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ସଭାପତି ମାନସ କୁମାର ପ୍ରଧାନଙ୍କ ପୌରହିତ୍ଯରେ ତ୍ରୟୋଦଶତମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିରଞ୍ଚି ନାରାୟଣ ମଠାଧୀଶ ଭକ୍ତରାମ ଦାସ , ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ତାଳସାକର ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ, ଏମଆରଟିଏସ୍ ଚାରିଟେବୁଲ୍ ଟ୍ରଷ୍ଟ ଅଧ୍ଯକ୍ଷ ଦେବୀ ପ୍ରସାଦ ଦାଶ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲା ବେଳେ ପ୍ରଧାନାଚାର୍ଯ୍ଯ ଶ୍ଯାମ ସୁନ୍ଦର ନାୟକ ବାର୍ଷିକ ବିବରଣୀ ପଠନକରିଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଏଥି ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ପାଦକ ଦୁର୍ଗା ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଗୁରୁଜୀ ସୁରେଶ ଚନ୍ଦ୍ର ପାଢି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ପରିଚାଳନାରେ ସମସ୍ତ ସେବାବ୍ରତୀ ସକ୍ରିୟ ସହଯୋଗ କରିଥିଲେ।
Article Image
3