ଉତ୍କଳ voice news - utkalvoicenews.com
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
ପରଲୋକରେ ଅବସରପ୍ରାପ୍ତ ଶିକ୍ଷକ ବିଶ୍ଵନାଥ ସାହାଣୀ।
କୁଜଙ୍ଗ, 28/02/2026, ଉତ୍କଳ voice news - utkalvoicenews.com
( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
( ଝୁରୁଛି ଗାଁ ମାଟି ଓ ଝୁରୁଛନ୍ତି ପରିବାର ବର୍ଗ )
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତ କରତୁଠା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିଶ୍ଵନାଥ ସାହାଣୀ(୮୫)ଙ୍କର ନିଜ ବାସ ଭବନରେ ପରଲୋକ ହୋଇଛି। ଶ୍ରୀ ସାହାଣୀ ଶିକ୍ଷକତା ମଧ୍ୟରେ କରତୁଠା,ବାଗୋଇ,ଫତେପୁର,ଗଣ୍ଡକିପୁର,ପାଟପୁର,ମଙ୍ଗରାଜପୁର ବିଦ୍ୟାଳୟରେ ଶିକ୍ଷକତା କରି ସେ ଅବସର ନେଇଥିଲେ।ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସାହାଣୀଙ୍କର ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ଜ୍ୟୋଷ୍ଠପୂତ୍ର ପ୍ରତାପ ଅନ୍ତେଷ୍ଟି କ୍ରିୟାରେ ମୁଖାଗ୍ନି ଦେଇଥିଲେ।ପୂତ୍ର ପ୍ରବୀର ସାହାଣୀ,ପ୍ରକାଶ ସାହାଣୀ,ବୋହୂ ମୀନା,ସ୍ୱପ୍ନା,ଝିଅ ଅନୁ,ରୀଙ୍କୁ,ଝୁନ୍ନୀ,ଜ୍ୟାଇଁ ପ୍ରଦୀପ,ତପନ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତଥିଲେ।ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ ହୋଇଥିବା ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।