ଏରସମା, 28/02/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଏରସମା ବ୍ଲକ୍ ଚଟୁଆ ପଞ୍ଚାୟତ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମରେ ମା" ମଙ୍ଗଳାଙ୍କ ୫ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଧୁମଧାମରେ ପାଳିତ ହୋଇଯାଇଛି। ଗ୍ରାମର ସମସ୍ତ ପୁରୁଷ ଓ ମହିଳାମାନେ ନୂତନ ବତ୍ସ ପରିଧାନ କରି ସାରିବାପରେ ପଣ୍ଡିତ ଅଙ୍କୁର ପଣ୍ଡା ଗ୍ରାମ ପୁଷ୍କରିଣୀ ନିକଟରେ ପୂଜାର୍ଚ୍ଚନା କରିଥିଲେ। ବାଜା, ବାଣ,ଘଣ୍ଟ ,ଘଣ୍ଟି, ହରି ବୋଲ ହୂଳହୁଳି ସହିତ ଗ୍ରାମବାସୀମାନେ ଏକ କଳସ ଯାତ୍ରାରେ ଆସି ମା" ମଙ୍ଗଳାଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ। ମା" ମଙ୍ଗଳାଙ୍କ ନିତି ନିୟମ ଅନୁସାରେ କଳସାଧିବାସ ,ସୂର୍ଯ୍ୟପୂଜା ,ଯଜ୍ଞ ପୂର୍ଣ୍ଣାହୁତି ନଗର କୀର୍ତ୍ତନ କରାଯାଇଥିଲା।ଭଜନ କୀର୍ତନ ମଣ୍ଡଳୀମାନେ ଭଜନ କରିଥିଲେ। ଗ୍ରାମର ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।କର୍ତ୍ତା ଶିବ ପ୍ରସାଦ ବେହେରା,ଶିଶିର କୁମାର ସତପଥି,ପ୍ରଦୀପ ବେହେରା, ଶ୍ରୀକାନ୍ତ ଓଝା,ବୁଲୁ ସ୍ୱାଇଁ,ସ୍ୱ।ଧିନ ସ୍ୱାଇଁ,ଅର୍ପିତ୍ ମହାନ୍ତି, ବିଶ୍ଵଜିତ ପାତ୍ର,ନିଲୁ ପରିଡାଙ୍କ ସମେତ ଜନାର୍ଦ୍ଦନପୁର ଗ୍ରାମବାସୀ ଉତ୍ସବ ପରିଚାଳନା କରିଥିଲେ।