ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତାଲୁକ ଲିଗାଲ ସର୍ଭିସ କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ତିର୍ତ୍ତୋଲ, 28/02/2026, ଉତ୍କଳ voice news - utkalvoicenews.com*( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :*
Article Image
ତିର୍ତ୍ତୋଲ ତାଲୁକ ଆଇନି ସେବା କମିଟି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ବୋଧେଇ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ମଞ୍ଚରେ ଅଧିତିଥୀ ଭାବେ ତାଲୁକ ଆଇନିସେବା କମିଟିର ଅଧ୍ୟକ୍ଷ ତଥା ତିର୍ତ୍ତୋଲ କୋର୍ଟ ର ବିଚାରପତି ପାରସ ପାଢ଼ୀ,ସ୍ଥାନୀୟ ସରପଞ୍ଚ ଯସ୍ମୀନି ଆଚାର୍ଯ୍ୟ, ତିର୍ତ୍ତୋଲ ଓକିଲ ସଙ୍ଘ ସମ୍ପଦକ ସରୋଜ ପାଣିଗ୍ରାହୀ, ବରିଷ୍ଟ ଆଇନିଜିବି ସୁଧୀର ଚନ୍ଦ୍ର ଖୁଣ୍ଟିଆ କୋର୍ଟ ର ଏପିପି(କ୍ୟାଡର)ସସ୍ମିତା ନାୟକ, ଯୋଗଦେଇଥିଲେ।ସ୍ଥାନୀୟ ସାରଳା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ କରତକଳ ମାଲିକ ସଙ୍ଘ ସଭାପତି ବିମଳ କୃଷ୍ଣ ସ୍ବାଇଁ,ସମ୍ପାଦକ ଅଜୟ କୁମାର ସାହୁ,ଦେବେନ୍ଦ୍ର ମହାରଣା, ଉମେଶ ବଳିଆରସିଂ, ରାଜକିଶୋର ଓଝା ଙ୍କ ସମେତ କରତକଳର ଶ୍ରମିକ ମାନେ ଯୋଗଦେଇଥିଲେ, କୋର୍ଟ କର୍ମଚାରୀ ତଥା ତାଲୁକ ଆଇନିସେବା କମିଟିର କିରାଣୀ ବିରଞ୍ଚି ନାରାୟଣ ଶତପଥୀ କର୍ଯ୍ୟକ୍ରମ ସଂଚାଳନା କରିବାସହିତ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ, କୋର୍ଟ କର୍ମଚାରୀ ପୋଲିସ, ତିର୍ତ୍ତୋଲ ଓକିଲ ସଂଘ ର ସଦସ୍ୟ ବୃନ୍ଦ ବହୁ ସଂଖ୍ୟାରେ ଯୋଗଦେଇଥିଲ।ଶ୍ରମିକ ମାନଙ୍କ ନିରାପତ୍ତା, ବୀମା, ମାଲିକ ମାନଙ୍କ କର୍ତବ୍ୟ, ଆଇନିରେ ଶ୍ରମିକ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯିବା ସହିତ ସଚେତନତା କରାଯାଇଥିଲା।
Article Image
3