ଏରସମା / ବାଲିକୁଦା, 28/02/2026, ଉତ୍କଳ voice news - utkalvoicenews.com*( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ବାଲିକୁଦା ବ୍ଲକ୍ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ତିତିରାର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସାହୁ କର୍ମ କ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ନୂତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବୋରିକିନା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ମଲ୍ଲିକ, ଓଷ୍ଟାର ଅରୁଣ କୁମାର ମହାରଣା, ମମତା ବେଉରା, ରାମଚନ୍ଦ୍ର ଶତପଥି, ନିଲୁ ଚରଣ ସ୍ୱାଇଁ, ଋଷେନ୍ଦ୍ର ଦାଶ, ବିଚିତ୍ରାନନ୍ଦ ସାହୁ, ନରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ମାନେ ଯୋଗଦେଇ ଶ୍ରୀ ସାହୁଙ୍କ ଗୁଣଗାନ କରିବା ସହିତ ଦୀର୍ଘ ଶିକ୍ଷକତା ଜୀବନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷା ସହ ଛାତ୍ରଛାତ୍ରୀ ମାନଙ୍କୁ ସୁନ୍ଦର ଭାବେ ଗଢି ତୋଳିବା ଓ ବିଦ୍ୟାଳୟର ଶୈଖିକ ବାତାବରଣ ସୃଷ୍ଟି କରିବାରେ ଶ୍ରୀ ସାହୁଙ୍କ ଅବଦାନ ଅତ୍ୟନ୍ତ ଅତୁଳନୀୟ ଅଟେ ବୋଲି ଗୁରୁତ୍ୱାରୋପ କରିଥିଲେ । ତାଙ୍କର ଅବସର ଶିକ୍ଷା ପାଇଁ ଅପୂରଣୀୟ କ୍ଷତି ବୋଲି ଅତିଥି ମାନେ ଓ ଗ୍ରାମର ଗ୍ରାମବାସୀ ମାନେ ମତବ୍ୟକ୍ତ କରିଥିଲେ । ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୁରୁଜୀଙ୍କ ଆଦର୍ଶ କଥାକୁ ମନେ ପକାଇ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଯାହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ରୋଦନ କରୁଥିବାର ଦେଖିବାକୁ ମିଳିଛି । ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ବେହେରାଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ରୂପେ ଦାଇତ୍ୱ ଭାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ ।
