ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପରମାତ୍ମା ଶିବବାବା ଙ୍କର ଧରାବତରଣ କଥା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ l

ନୂଆଗଡ ଗ୍ରାମ ପଞ୍ଚାୟତ, 01/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ, ନୂଆଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ, ପାରାଦୀପ ଶାଖା ଆନୁକୁଲ୍ୟରେ ପରମାତ୍ମା ଶିବ ବାବା ଙ୍କ ର ଧରାବତରଣ କଥା ଓ ଆଧ୍ୟାତ୍ମିକ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗ ଦେଇ ଆଜି କାଲି ସମାଜରେ ଅର୍ଥ ଓ କ୍ଷମତା ଲୋଭ ରେ ଲୋକମାନେ ଧର୍ମ ଓ ନ୍ୟାୟ ଦୂରେଇ ଯାଉଛନ୍ତି, ଫଳରେ ସାମାଜିକ ବିଶୃଙ୍ଖଳା ଦେଖାଦେଉଛି l
Article Image
ଉକ୍ତ ସମାବେଶ ରେ ପାରାଦୀପ ପ୍ରଜାପତି ଈଶ୍ୱରୀୟ ବିଶ୍ବ ବିଦ୍ୟାଳୟ ର ସଂଯୋଜିକା ବି.କେ.ସୁମନ ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ l କଟକ ସମିତି ସଂଯୋଜିକା ବି.କେ.ସିପ୍ରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ରମଣୀ କାନ୍ତ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ କାହ୍ନୁ ଚରଣ ସ୍ବାଇଁ, , ଅଧ୍ୟାପକ ମଞ୍ଜୁଲତା ପଟ୍ଟନାୟକ, ବିବେକାନନ୍ଦ ସ୍ବାଇଁ ଯୋଗଦେଇ ଆତ୍ମା ଓ ପରମାତ୍ମା ର ଉତ୍ପତ୍ତି ଓ ମିଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ନୂଆଗଡ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l କନ୍ଦରପୁର ସମିତି ର ସଂଯୋଜିକା ବି. କେ. ସସ୍ମିତା ଓ ଅନ୍ୟମାନେ କାର୍ଯକ୍ରମ କୁ ପରିଚାଳନା କରିଥିଲେ l
Article Image
5