ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜି ସିନେ ଆୱାର୍ଡ଼ ତରଫରୁ ମୁମ୍ବାଇ ଠାରେ ଧୁରନ୍ଧର ସିନେମା ପାଇଁ ବେଷ୍ଟ ବିବେଚିତ ହେଲେ ଶ୍ରୀ ରାଜେନ୍ଦ୍ର ମହାରଣା।

ଢେଙ୍କାନାଳ, 01/03/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଜି ସିନେ ଆୱାର୍ଡ଼ ତରଫରୁ ମୁମ୍ବାଇ ଠାରେ *ଧୁରନ୍ଧର* ସିନେମା ପାଇଁ ବେଷ୍ଟ VFX ଆୱାର୍ଡ଼ ପାଇ ଯୋଗ୍ୟ ବିବେଚିତ ହୋଇ ଢେଙ୍କାନାଳ ଜିଲ୍ଳା ତଥା ଓଡିଶା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ଶ୍ରୀ ରାଜେନ୍ଦ୍ର ମହାରଣା(VFX ସୁପର୍ଭାଇଜର )। ସେ ଭୁବନ ବ୍ଲକ ଅନ୍ତର୍ଗତ ମୁରୁଗା ଗ୍ରାମର ଶ୍ରୀଯୁକ୍ତ ଶ୍ରୀଧର ମହାରଣା ଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି। ଏବେ ମୁମ୍ବାଇ ରେ ଦୀର୍ଘ ୨୦ ବର୍ଷ ରହି ହଲିଉଡ୍, ବଲିଉଡ୍ ସିନେମା (୮୦ ରୁ ଉର୍ଦ୍ଧ) ଏବଂ ୱେବ୍ ସିରିଜ୍ (ଅମାଜନ, ନେଟଫଲିକ୍ସ) ରେ ଆଗରୁ ବହୁତ୍ କାମ କରି ପ୍ରଶଂସାର କେନ୍ଦ୍ରବିନ୍ଦୁ ହୋଇଛନ୍ତି। ତାଙ୍କ ଦ୍ବାରା vfx କାମ ମଧ୍ୟରୁ *ରାୱାନ, କନ୍ତରା, ସ୍କ୍ୱିଡ ଗେମ୍, ମନି ହେଇଏଷ୍ଟ୍, ରେଶିଦେଣ୍ଟ ଏଭିଲ, ଚେନ୍ନାଇ ଏକ୍ସପ୍ରେସ, ଗ୍ରାଭିଟୀ* ଅନ୍ୟତମ। ତାଙ୍କର ଏଭଳି ଉଚ୍ଚକୋଟୀର କାମରେ ନିଜ ଗ୍ରାମରେ ତଥା କାର୍ଯ୍ୟସ୍ଥଳ ରେ ପ୍ରଶଂସାର ପାତ୍ର ଏବଂ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇଛନ୍ତି।
35