ଏରସମା, 02/03/2026, ଉତ୍କଳ voice news - utkalvoicenews.com( ଜିଲ୍ଳା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଆବିର୍ଭାବ :- ୨୨/୦୩/୧୯୨୨

ତିରୋଧାନ :- ୧୯/୦୨/୨୦୨୬
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଲ୍ଲୀକଣ୍ଟା ପଞ୍ଚାୟତ ସ୍ଥିତ ସୁନ୍ଦରକଣୀ ଗ୍ରାମର ସ୍ୱର୍ଗତ ସନାତନ ଦାସ ଙ୍କ ଏକାଦଶ ଉପଲକ୍ଷେ ପଲ୍ଲୀକଣ୍ଟା ପଂଚାୟତ କଂଗ୍ରେସ ପକ୍ଷରୁ ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଅଛି।ଉକ୍ତ ସଭାରେ ଉକ୍ତ ପଞ୍ଚାୟତ ର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଂଶୟ କୁମାର ସ୍ଵାଇଁ ଙ୍କ ସଭାପତିତ୍ବ ରେ ସ୍ମୃତି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ପଞ୍ଚାୟତ ର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମୁଦୁଲି, ସଂପାଦକ ଶ୍ରୀଯୁକ୍ତ ନୃସିଂହ ମଲ୍ଲିକ, ନାୟବ ସରପଞ୍ଚ ଶ୍ରୀଯୁକ୍ତ ଅଲେଖ ସ୍ଵାଇଁ,ଦିବାକର ବେହେରା, ଭଗତ ମଲ୍ଲିକ, ସରୋଜ ସ୍ଵାଇଁ,ସଞ୍ଜୟ ରଞ୍ଜନ ଦାସ,ରାମ ଚନ୍ଦ୍ର ନାୟକ,ବଳରାମ ଲେଙ୍କା,ଅନ୍ତରଯାମି ସାହୁ,ଦେବେନ୍ଦ୍ର ରାଉତ,ତଥାଗତ ମହାପାତ୍ର, ସରୋଜ କୁମାର ମୁଦୁଲି,କେଦାର ବିଶ୍ଵାଳ,ସରୋଜ ମହାରଣା,ଭଞ୍ଜ କିଶୋର ମଲ୍ଲିକଙ୍କ ସହିତ ପଞ୍ଚାୟତର ମାନି ଗୁଣୀ ମୂରବୀ ମାନେ ଉପସ୍ଥିତି ରହି ସ୍ୱର୍ଗତ ସନାତନ ଦାସ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟେ ପାର୍ଥନା କରିଥିଲେ।ସ୍ୱର୍ଗତ ଦାସ ଜଣେ ସଚ୍ଚୋଟ,ସତ୍ୟବାନ୍,ଓ କଂଗ୍ରେସ ପ୍ରେମୀ ଲୋକ ଥିଲେ।ସମସ୍ତଙ୍କ ସୁଖ ଓ ଦୁଃଖ ରେ ସେ ସଦା ସର୍ବଦା ଲୋକଙ୍କ ପାଖରେ ପହଞ୍ଚି ଯାଉଥିଲେ।ଏମିତି ଏକ ବ୍ୟକ୍ତିତ୍ବ କୁ ହରାଇ ସମସ୍ତ ପରିବାର ବର୍ଗ ଓ ଗ୍ରାମ ଆଜି ଦୁଃଖରେ ମର୍ମାହତ।ତାଙ୍କ ର ଦେହାନ୍ତ ବେଳକୁ ୧୦୪ ବର୍ଷ ବୟସ ହୋଇଥିଲା।