ପାରାଦୀପ ଗଡ, 02/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଭୀଷଣ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ ର ଶୁଭାରମ୍ଭ ହୋଇଛି l ପାରାଦୀପ ଗଡ ର ହନୁମାନ ବସ୍ତି, ଝୁଡ଼ି ବସ୍ତି, ମୁସଲମାନ ସାହି, ଆଦି ଅଞ୍ଚଳ ରେ ଆଜି ଠାରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ନିୟମିତ ଭାବେ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି l ରଂଗିଆଗଡ, ରାମଚଣ୍ଡି ପଡ଼ା, ଉଦୟ ଚାନ୍ଦପୁର, ଆଦି ଗ୍ରାମରେ ମଧ୍ୟ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଉଛି l ବ୍ୟାପକ ଶିଳ୍ପାୟନ ଯୋଗୁ ଭୁ ପୃଷ୍ଟ ଜଳ ସ୍ତର ଲବଣାକ୍ତ ହେବା ସହିତ ଜଳସ୍ତର କମି ବାରେ ଲାଗିଛି l ଗ୍ରୀଷ୍ମ କିମ୍ବା ବର୍ଷା ଦିନ ହେଉ ସବୁ ଋତୁ ରେ ପଞ୍ଚାୟତର ସମସ୍ତ ୧୧ ଟି ରାଜସ୍ବ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି l ବସୁଧା ଯୋଜନା ରେ ପାଇପ୍ ଯୋଗେ ଘରକୁ ଘର ପାନୀୟ ଜଳ ଯୋଗାଣ ପ୍ରକ୍ରିୟା କାର୍ଯ୍ଯ ୭୫% ସାରିଆସିଲାଣି l ସେପ୍ଟେମ୍ୱର କିମ୍ବା ଅକ୍ଟୋବର ମାସରେ ଏହା କାର୍ଯ୍ୟକ୍ଷମ ହେଲେ ପଞ୍ଚାୟତ ରୁ ପାନୀୟ ଜଳ ସମସ୍ୟା ଦୂର ହୋଇପାରିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ରମେଶ ଚନ୍ଦ୍ର ବେହେରା, ପ୍ରଭାତ ସାହୁ, ଅପନୀ ରାଉତ, ସାରଦା ରାଉତ ପ୍ରମୁଖ ଯୋଗ ଦେଇଥିଲେ l ସରପଞ୍ଚ ଙ୍କ ଏପରି ଜନ ହିତକର କାର୍ଯ୍ୟ ପାଇଁ ସବୁ ମହଲ ରୁ ପ୍ରଶଂସା କରାଯାଇଛି l
