କୁଜଙ୍ଗ , 02/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଭାରତୀୟ ଜାତୀୟ ମହିଳା ସଂଘ (NFIW) ଜାତୀୟ କାର୍ଯ୍ୟକାରୀ ସଭାପତି କଗ୍ରେଡ୍ ଡଃ. ଗାର୍ଗା ଚକ୍ରବର୍ତ୍ତୀଙ୍କ ଅକାଳ ବିୟୋଗରେ ଉତ୍କଳ ମହିଳା ସମିତି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛୁ। ସେ ଜଣେ ପ୍ରଖ୍ୟାତ ଐତିହାସିକ ବିଶିଷ୍ଟ ପ୍ରଫେସର ଏବଂ ମହିଳା ଆନ୍ଦୋଳନର ସକ୍ରିୟ ନେତୃତ୍ୱ ନେଉଥିଲେ। ତାଙ୍କ କଲମ ମୁନର ଲେଖା ମାଧ୍ୟମରେ ଭାରତର ସାମାଜିକ ଇତିହାସ , କମ୍ୟୁନିଷ୍ଟ ଆନ୍ଦୋଳନ ଓ ସମାଜରେ ମହିଳା ମାନଙ୍କ ଭୂମିକାକୁ ବୁଝିବାରେ ସେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ (NFIW) ର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟରତ ଥିଲେ ଏବଂ *ସି.ପି.ଆ.ଇ* ର ଜାତୀୟ ପରିଷଦ ସଦସ୍ୟ ମଧ୍ୟ ଥିଲେ। ସେ ଓଡ଼ିଶା ରେ ମହିଳା ଆନ୍ଦୋଳନକୁ ଶାଣିତ କରିବା ପାଇଁ ବହୁବାର ଓଡ଼ିଶା ଆସିବା ସହିତ ଓଡ଼ିଶାର ମହିଳା ମାନଙ୍କୁ ଦିଗ୍ ଦର୍ଶନ ଦେଇଛନ୍ତି। ତାଙ୍କ ଜୀବନରେ ବୈଚାରିକ ସ୍ପଷ୍ଟତା ଦୃଢ଼ତା ଓ ଜନସେବା ପ୍ରତି ସମର୍ପିତ ଚିନ୍ତାଧାରା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା। ତାଙ୍କର ଦେହାନ୍ତ NFIW ପାଇଁ ସାମଗ୍ରିକ ଭାବେ ମହିଳା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କର ଲେଖା , ମାର୍ଗ ଦର୍ଶନ ଓ ଅବଦାନ ମହିଳା ସଂଗଠନକୁ ଦୃଢ଼ କରିବା ସହିତ ଆମ ସଂଘର୍ଷକୁ ଆହୁରି ଶାଣିତ କରିବ ।
"କଗ୍ରେଡ୍ ଡଃ ଗାର୍ଗୀ ଚକ୍ରବର୍ତ୍ତୀ ଅମର ରହିବେ "
ଉତ୍କଳ ମହିଳା ସମିତି
ଓଡ଼ିଶା , ରାଜ୍ୟ ପରିଷଦ।