ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ସିଦ୍ଧେଶ୍ବର ମହାପୁରୁଷଙ୍କ ର ଅଷ୍ଟବିଂଶତମ ବାର୍ଷିକ ବିଶ୍ୱଶାନ୍ତି ନାମଯଜ୍ଞ ଓ ଘୃତଯଜ୍ଞ ଅନୁଷ୍ଠିତ

ଏରସମା, 03/03/2026, ଉତ୍କଳ voice news - utkalvoicenews.com( ଜିଲ୍ଳା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଅଖୀଳ ବିଶ୍ବ ବ୍ରହ୍ମାଣ୍ଡ ସାର୍ବଜନୀନ କଲ୍ୟାଣ ତଥା ବିଶ୍ୱଶାନ୍ତି ମୈତ୍ରୀ ପ୍ରତିଷ୍ଠା ନିମିତ୍ତ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କାଣିପଦା, ଓରେଇଶାଳସ୍ଥିତ ଜାମୁମଠ ଠାରେ ସିଦ୍ଧେଶ୍ବର ମହାପୁରୁଷଙ୍କ ପୀଠରେ ପଞ୍ଚ ଦିବସ ବ୍ୟାପି ଅଷ୍ଟବିଂଶତମ ଚବିଶ ପ୍ରହର ନାମଯଜ୍ଞ,ଘୃତଯଜ୍ଞ ଓ ହରିହାଟ ଅନୁଷ୍ଠିତ ହୋଇଅଛି।ଏହି ଯଜ୍ଞ ଫେବୃଆରୀ ୨୬ ତାରିଖ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଉଦଯାପନ ହୋଇଥିଲା।ଗୁରୁବାର ୨୬ ତାରିଖ ରେ କଳସଯାତ୍ରା, ଶୁଭାଧିବାସ, ଯଜ୍ଞକାର୍ଯ୍ୟ ଆରମ୍ଭ,(ଶୁକ୍ରବାର ଓ ଶନିବାର) ନାମଯଜ୍ଞ ଓ ଘୃତଯଜ୍ଞ,ରବିବାର ଦିନ ନାମଯଜ୍ଞ, ଘୃତଯଜ୍ଞ ଓ ହରିହାଟ ଓ ସୋମ‌ବାର‌ : ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣାହୁତି ଓ ପ୍ରତିଦିନ ଦୁଇ ସମୟ ଧରି ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ଭକ୍ତ ମାନେ ନିଜ ନିଜର ମାନସିକ ନିମନ୍ତେ ଘୂର୍ତ,ଶ୍ରିଫଳ,ଅର୍ଥ ଦାନ କରିଥିଲେ ।ଦୀର୍ଘ ଚାରି ବର୍ଷ ଧରି ଗାଙ୍ଗୁରାମ sweet stall ଏରସମା ରଞ୍ଜନ ବାବୁ ଏହି ହରି ହାଟ ରେ ଆଠ କେଜି ର ଭୋଗ ସମର୍ପଣ କରନ୍ତି ।ଉକ୍ତ ଭୋଗ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ହରିହାଟ ରେ ଲାଗିଥିବା ଲଡୁ ଭୋଗ ନିଲାମ କରାଯାଇଥିଲା। ସର୍ବପ୍ରଥମେ ୫୦୦ ଟଙ୍କା ରୁ ଡାକ ଆରମ୍ଭ ହୋଇ ୭୦୦୦ ଟଙ୍କା ପର୍ଯ୍ୟନ୍ତ ନିଲାମ ହୋଇଥିଲା । କାଣିପଦା ଗ୍ରାମର ବାବାଜି ମଲ୍ଲିକ ୭୦୦୦ ଟଙ୍କାରେ ପ୍ରଭୁଙ୍କର ଏହି ଭୋଗ କୁ ପ୍ରାପ୍ତ କରିଥିଲେ। ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ଉପସ୍ଥିତି ରହି ଉକ୍ତ ମହାଭୋଗ ପାଇଥିବା ବ୍ୟକ୍ତି କୁ ସମ୍ମାନିତ କରିଥିଲେ।ପ୍ରଭୁ ସିଦ୍ଧେଶ୍ବର ଙ୍କ ପୂଜ୍ୟ ପୂଜକ ବ୍ରହ୍ମଚାରୀ ବାବା ଗୋବିନ୍ଦ ଦାସ, କଣ୍ଟାଗାଦୀ ଟ୍ରଷ୍ଟବୋର୍ଡ ଓ କାଣିପଦା, ଓରେଇଶାଳ, ଭାରିଷୋଳ, ଅରଡା, ଅସରଣା, ଗୋପାଳପୁର ଓ ଓରନାଳ, ଗ୍ରାମବାସୀ ବୃନ୍ଦଙ୍କ ସହଯୋଗରେ ଏହି ବିଶ୍ଵ ଶାନ୍ତି ନିମିତ୍ତ ଯଜ୍ଞ ଶାନ୍ତି ଶୃଙ୍ଖଳା ର ସହିତ ଉଦଯାପନ କରାଯାଇଥିଲା।ସର୍ବଶେଷରେ ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟ କର୍ମ ଘୋଡ଼ା ନାଚ ପ୍ରସ୍ତୁତ କରାଯାଇଥିଲା।ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା ଏହି ପୀଠରେ।
Article Image
11