ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ସ୍ଥିତ ଏସଭିଏମ ସ୍ୱୟଂଶାସିତ କଲେଜ ୧୯୭୫-୭୯ ବ୍ୟାଚ୍‌ର ସାଙ୍ଗସାଥୀ ମାନଙ୍କ ର୍ ବନ୍ଧୁ ମିଳନ

ଜଗତସିଂହପୁର, 03/03/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଏସଭିଏମ ସ୍ୱୟଂଶାସିତ କଲେଜ, ଜଗତସିଂହପୁରର ୧୯୭୫-୭୯ ବ୍ୟାଚ୍‌ର ସାଙ୍ଗସାଥୀ ଛାତ୍ରମାନେ ଅନେକ ଉତ୍ସାହ ଏବଂ ଆନନ୍ଦର ସହିତ ଜୟଦେବ ବାଟିକା, ଭୁବନେଶ୍ୱରରେ ସେମାନଙ୍କ ଦ୍ୱିତୀୟ ବାର୍ଷିକ ବନ୍ଧୁ ମିଳନରେ ସମ୍ମିଳିତ ହୋଇଥିଲେ । ଏସଭିଏମ କଲେଜରୁ ପାସ କରିବାର ୪୭ ବର୍ଷ ପରେ ଶତାଧିକ ସଭ୍ୟ ଏହି ମିଳନରେ ଯୋଗଦେଇଥିଲେ । ପ୍ରସିଦ୍ଧ ସମାଜସେବୀ ଏବଂ ପ୍ରଦେଶ କିଷାନ କଂଗ୍ରେସ-ଓଡିଶା, ର ଚେୟାରମ୍ୟାନ ଶ୍ରୀ ଅଭୟ କୁମାର ସାହୁ ଏହି ମିଳନରେ ଆନୁଷ୍ଠାନିକ ଭାବେ ସଭାପତିତ୍ୱ କରିଥିଲେ । ପୂର୍ବାହ୍ନ ଅଧିବେଶନରେ, ଏହି ଗୋଷ୍ଠୀର ସଭ୍ୟ ଛାତ୍ର ଏବଂ ଜଗତସିଂହପୁର କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ଧରଣୀଧର ଖୁଣ୍ଟିଆ ଗତ ବର୍ଷ ମୃତ୍ୟୁବରଣ କରିଥିବା ଦିବଙ୍ଗତ ସାଥୀ ମାନଙ୍କ ପାଇ ଏକ ଶୋକ ପ୍ରସ୍ତାବ ପାରିତ କରିଥିଲେ । ସମସ୍ତ ସଭ୍ୟ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ସେହି ଅମର ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । ସମସ୍ତ ସଭ୍ୟ ସେମାନଙ୍କ ସୁଖ ଦୁଃଖର କାହାଣୀ ସମସ୍ତଙ୍କ ସହିତ ବାଣ୍ଟିଥିଲେ । ଏହି ମିଳନରେ "ଅଳକାନନ୍ଦା" ନାମରେ ଏକ ସ୍ମାରକୀ ମୁଖପତ୍ର ଉନ୍ମୋଚିତ ହୋଇଥିଲା । ପ୍ରସିଦ୍ଧ ସାହିତ୍ୟ ସମୀକ୍ଷକ ଏବଂ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ବଳ ଏହି ସ୍ମାରକୀ ପୁସ୍ତିକାର ମୁଖ୍ୟ ସମ୍ପାଦକ ଭାବେ ପତ୍ରିକା ସଙ୍କଳନ କରିଥିଲେ ଏବଂ ଏହି ମୁଖପତ୍ର ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସଂଘର ଉପଦେଷ୍ଟା ଅକ୍ଷୟ କୁମାର ମଲ୍ଲିକ, ଅବସରପ୍ରାପ୍ତ DWO , ସେମାନଙ୍କ ସୁନ୍ଦର ଅତୀତ ଏବଂ ଏସଭିଏମ ସ୍ୱୟଂଶାସିତ କଲେଜର ସାଥି ଛାତ୍ର ଭାବେ ନିଜ ନିଜର ସୁନ୍ଦର ସମ୍ପର୍କ, ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସଭାରେ , ସଂଘର ପରବର୍ତ୍ତୀ "ବନ୍ଧୁମିଳନ ସମାରୋହ" ଜାନୁଆରୀ ୨୦୨୭ ମାସରେ ଏସଭିଏମ କଲେଜ ପରିସରରେ ହେବ ବୋଲି ସ୍ଥିର କରାଯାଇଛି । ଏହି ବନ୍ଧୁ ମିଳନ ସମାରୋହକୁ ସାଫଲ୍ୟ ମଣ୍ଡିତ କରିବାରେ ତାତ୍ପର୍ଯ୍ୟପୂର୍ଣ୍ଣ ସହଯୋଗୀ ଥିଲେ ସର୍ବ ଶ୍ରୀ ସୁକାନ୍ତ ରାୟ, ଲାଲା ବିକ୍ରମ କେଶରୀ ରାୟ, ପ୍ରଭାତ ସିଂ, ପ୍ରମୋଦ କୁମାର ଲେଙ୍କା, ସୁଧାକର ପାତ୍ର, ଶ୍ରୀମତୀ ଅଞ୍ଜଳି ନାୟକ, ଶ୍ରୀମତୀ ଗୀତାଞ୍ଜଳି ବାରିକ ପ୍ରମୁଖ।
Article Image
Article Image
5