ଯାଜପୁର, 04/03/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ଧର୍ମଶାଳl ବ୍ଲକ ଅଣ୍ଟିଆ ଗ୍ରାମପଞ୍ଚାୟତ ଅଧୀନ କମାଗଡ଼ ଗ୍ରାମରେ ଚଳିତ ବର୍ଷ ମାର୍ଚ୍ଚ 19 ତାରିଖରୁ 25 ତାରିଖ ପର୍ଯ୍ୟନ୍ତ ମା ହିଙ୍ଗୁଳା ପୂଜା କମିଟି କମାଗଡ଼ ଓ ଅଣ୍ଟିଆ ଗ୍ରାମପଞ୍ଚାୟତ ଯଜ୍ଞ ଓ ଯାତ୍ରା 50 ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳନ କରିବାକୁ ଯାଉଛି , ଏଥିପାଇଁ ଆଜି ସଭାପତି ଧୃବ ଚରଣ କବି ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ବିଜୟ କୁମାର ସାହୁ, ସହ ସମ୍ପାଦକ ଜଗନ୍ନାଥ ମହାରଣା, କୋଷାଧକ୍ଷ ଦୁର୍ୟୋଧନ ପ୍ରଧାନ ଓ ପୂଜା କମିଟିର ସଭ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି , ବିପୁଳ ଜନ ସମାଗମକୁ ଆଖି ଆଗରେ ରଖି କମିଟି ତରଫରୁ ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଶୃଙ୍ଖଳା, ନିଶା ନିବାରଣ, ନିମନ୍ତ୍ରିତ ଅତିଥି ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ, କଳସ ଶୋଭାଯାତ୍ରା ନିମନ୍ତେ ପ୍ରତ୍ୟେକ ଗ୍ରାମକୁ ନିମନ୍ତ୍ରଣ ଆଦି ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା.. ଚଳିତ ବର୍ଷ ମନୋରଞ୍ଜନ ନିମନ୍ତେ ଯାତ୍ରା ଅଶୋକ ସମ୍ରାଟ 3 ରାତ୍ରି ଓ ଯାତ୍ରା ତୁଳସୀ ଗଣନାଟ୍ୟ 4 ରାତ୍ରି ଯାତ୍ରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି , ସର୍ବ ଶେଷରେ ସମ୍ପାଦକ ବିଜୟ କୁମାର ସାହୁ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ଧନ୍ୟବାଦ ଜଣାଇ ସଭା ଭଙ୍ଗ କରାଗଲା..