ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ୟାମସୁନ୍ଦର ଜିଉ ଡ୍ରାମାଟିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାରେ ମଞ୍ଚମଞୁଳ ନାଟ ସଂଗଠନ ଜଗତସିଂହପୁର ଚମ୍ପିୟାନ

ଏରସମା, 05/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠୀ ପଞ୍ଚାୟତ କନାଗୁଳୀ (ଗଡଗଡି) ଗ୍ରାମରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ୭୦ ତମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ତା, ୧/୩/୨୬ ରିଖ ରବିବାର ଦିନ ପ୍ରଥମ ଦିବସରେ ନଟବର ବାରିକଙ୍କ ନିର୍ଦ୍ଦେଶନା ନାଟକ ମୁଁ ଶ୍ରୀକ୍ଷେତ୍ର ବୋହୁ ଶ୍ୟାମସୁନ୍ଦର ଜିଉ ଡ୍ରାମାଟିକ କ୍ଲବ ପରିବେଷଣ କରିଥିଲା।ଦ୍ଵିତୀୟ ଦିବସରେ ରାଜଧାନୀ ରଙ୍ଗମଞ୍ଚ ନାଟକ କିଏ କାନ୍ଦି ନାହଁ ହାତଟେକ ପରିବେଷଣ କରିଥିବା ବେଳେ ତୃତୀୟ ଦିବସରେ ମଞ୍ଚ ମଞ୍ଜୁଳ ନାଟ୍ୟ ସଂଗଠନ ଜଗତସିଂହପୁର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ ପରିବେଷଣ କରିଥିଲା।ଚତୁର୍ଥ ଦିବସରେ ବିକ୍ରମ ମହାପାତ୍ରଙ୍କ ନିର୍ଦ୍ଦେଶନା ନାଟକ କାନ୍ଦେନା ଲୁହ ସରିଯିବ ଆରିୟାନ୍ କୃ ଭୂବନେଶ୍ଵର ପରିବେଷଣ କରିଥିଲା। ମଞ୍ଚମଞୁଳ ନାଟ୍ୟ ସଂଗଠନ ଜଗତସିଂହପୁର ଚମ୍ପିୟାନ ହୋଇଥିବାବେଳେ ଭୂବନେଶ୍ଵର ରନର୍ସଅପ ହୋଇଥିଲା। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସଂପଦ ବେହେରା ପୁରସ୍କୁତ ହୋଇଥିଲେ।ମୁଖ୍ୟ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇଥିଲେ। ବିଚାରକ ଭାବେ ଭଗବାନ ପଣ୍ଡା, ସୁରେଶ ମହାରଣା ଉପସ୍ଥିତ ଥିଲେ। ନାଟକ ପ୍ରତିଯୋଗିତା ଦେଖିବାକୁ ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା।ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ଶ୍ୟାମସୁନ୍ଦର ଜିଉ କ୍ଲବର ସଭାପତି ଆଲୋକ ନାୟକ, ସଂପାଦକ ଅନୁରୁଦ୍ଧ ସ୍ୱାଇଁ, ଗ୍ରାମର ମୁରବୀ ସନ୍ତୋଷ ନାୟକ, ନିହାର ରଞ୍ଜନ ମଲ୍ଲ, ପ୍ରଦୀପ୍ତ ମିଶ୍ର,ତପିନ ମହାନ୍ତି, ପ୍ରଦ୍ୟୁମ୍ନ ମିଶ୍ର, ମିନକେତନ ମିଶ୍ର,ହୃଷୀକେଶ ଦାସ, ରମାକାନ୍ତ ନାୟକ,ସଂଗ୍ରାମ ପଲ୍ଲେଇ,ମିହିର ନାୟକ,ବାପିନା ରାଉତଙ୍କ ସମେତ ଗଡଗଡି ଗ୍ରାମର ସମସ୍ତ ଗ୍ରାମବାସୀ ମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
Article Image
6