ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୋଳପୂର୍ଣମୀ ଓ ହୋଲି ଅବସରରେ ସାଇପ୍ରିୟା କ୍ଲବ ଆନୁକୂଲ୍ୟରେ ଏକ ବନ୍ଧୁ ମିଳନ ସମାରୋହ ଆୟୋଜିତ କରାଯାଇଛି

ରାୟଗଡ଼ା, 05/03/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତା 4.05.2026 ପବିତ୍ର ଦୋଳପୂର୍ଣମୀ ଓ ହୋଲି ରଙ୍ଗ ଖେଳ ଅବସରରେ ସାଇପ୍ରିୟା କ୍ଲବ ତରଫରୁ ଏକ ବନ୍ଧୁ ମିଳନ ଉତ୍ସବ ବଡ ଆଡମ୍ବର ସହକାରେ ସାଇପ୍ରିୟ କ୍ଲବ ବେଡ଼ମିନଟନ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି. ଏଥିରେ ସାଇପ୍ରିୟାକ୍ଲବ ସହ ରାୟଗଡ଼ ଜିଲ୍ଲା ର ପାଖାପାଖି (9) ନଅ ଟି କ୍ଲବର ବହୁ ସଂଖ୍ୟକ ସଭ୍ୟ ଓ ସଭ୍ୟା ପରିବାର ଯୋଗଦେଇ ବନ୍ଧୁ ମିଳନ ସହ ନାଚ ଗୀତର ଆସରରେ ବାଦ୍ୟ ର ତାଳେ ତାଳେ ନାଚିଝୁମି ସ୍ୱାଦିଷ୍ଠ ଦହିବରା ଓ ଆରିସା ପିଠା ଖାଇ ହୋଲି ର ରଙ୍ଗ ଖେଳ କୁ ଉପଭୋଗ କରିଥିଲେ.ଏହି ରଙ୍ଗ ଖେଳ ର ମୁଖ୍ୟ ଆକର୍ଷଣ କେନ୍ଦ୍ର ବିନ୍ଦୁ ଥିଲା ହରି ନାମ ସଂକୀର୍ତ୍ତନ . ପ୍ରତ୍ୟକଟି ୱାକର ପରିବାର କିଛି ସମୟ ତଲିନ ହୋଇ ପ୍ରଭୁ ନାମ ସଂକୀର୍ତ୍ତନ ରେ ମଜି ଯିବା ଦେଖା ଯାଇଥିଲା. ସଂକୀର୍ତ୍ତନ ଦଳ ମଧ୍ୟ ବିଭୋର ହୋଇ ବିଭିନ୍ନ ତାଳରେ ସମସ୍ତ ଉପସ୍ଥିତ ଦର୍ଶକ ମଣ୍ଡଳୀଙ୍କୁ ନଚେଇବା ଏକ ସ୍ମୃତି ମଧୁର ଓ ମନମୋହକ ଦୃଶ୍ୟ ସୃଷ୍ଟି କରିଥିଲା. ଆଖପାଖ ଅଞ୍ଚଳର ବାସୀ ଏ ଦୃଶ୍ୟ କୁ ଦେଖି ଫୋଟୋ ଚିତ୍ର ଉତୋଳନ କରିବା ସହ ଏହି ନିଆରା ବନ୍ଧୁମିଳନ ର ଭୁରି ଭୁରି ପ୍ରଶଂସା କରିଥିଲେ. ଏହି ଅବସରରେ ରାୟଗଡ଼ ମୁଖ୍ୟ ଆଞ୍ଚଳିକ ସାଂଯୋଜକ ୱାକର. ସତ୍ୟବାଦୀ ପତି, ମୁଖ୍ୟ ଆଞ୍ଚଳିକ ସାଂଯୋଜକ ୱାକର. ଟି. ଜୟରାମ, ୱାକର. ପ୍ରତାପ ଚନ୍ଦ୍ର ବାଉରୀ ଡି. ଜି. ଇଲେକଟ (2027), ଙ୍କ ସହ ସହରାୟଗଡ଼ ର ବିଭିନ୍ନ ୱାକର. କ୍ଲବ ର ସଭାପତି, ସମ୍ପାଦକ ଓ ବହୁ ୱାକର ଭାଇ ମାନେ ଯୋଗ ଦେଇଥିଲେ.ପାଖ ପାଖି 250 ଜଣ ସଦସ୍ୟ ଓ ପରିବାର ଏହି ବନ୍ଧୁ ମିଳନ ଉତ୍ସବ ରେ ଯୋଗ ଦେଇଥିଲେ.
Article Image
ଉକ୍ତ ସମାରୋହ ଟି ସାଇପ୍ରିୟା କ୍ଲବ ର ପ୍ରତିଷ୍ଠାତା ତଥା ଭୂତ ପୂର୍ବ ସଭାପତି ୱାକର. ସୁବାଷ ବେହେରା ଙ୍କ ନିର୍ଦେଶନାରେ , ବରିଷ୍ଠ ସଦସ୍ୟ ତଥା କ୍ଲବ ର ଉପଦେଷ୍ଟା ୱାକର. ଦେବରାଜ ପଣ୍ଡାଙ୍କ ତତ୍ୱାବଧାନ ରେ ଓ ପୂର୍ଵତନ ସଭାପତି ତଥା ବର୍ତ୍ତମାନ ର ଆଞ୍ଚଳିକ ସଭାପତି ୱାକର. ଏମ. ସୁରେଶ କୁମାର ଙ୍କ ପରିଚାଳନା ରେ ସାଇପ୍ରିୟା କ୍ଲବ ର ପ୍ରଭାରୀ ସଭାପତି ୱାକର. ଲାଲ ମୋହନ ବେହେରା (ଉପସଭାପତି -1), ସମ୍ପାଦକ ୱାକର. ଜଗନ୍ନାଥ ନାୟକ, ୱାକର.ବିପ୍ର ଚରଣ ବ୍ରମହା (ଉପସଭାପତି -2)କୋଷାଧକ୍ଷ ୱାକର. କେ. ବୈକୁଣ୍ଠ ରାଓ, ସହ ସମ୍ପାଦକ ପି.ସୁରେଶ, ୱାକର. ଲାଡୀ . ଚନ୍ଦ୍ରମଉଳି, ୱାକର. କେ. ରମେଶ,ୱାକର ସନ୍ୟାସୀ ପାଣିଗ୍ରାହୀ, ୱାକର. ଟି. ଏନ. ରାଓ, ୱାକର. ସୁରେନ୍ଦ୍ର କୁମାର ସାହୁ, ୱାକର. ହୃଦୟାନନ୍ଦ ଆଚାର୍ଯ୍ୟ, ୱାକର. ସୁରୁ ଆପ୍ପଲ ରାଜୁ, ୱାକର. ଭି. ଜେ. ଆର. ପଟ୍ଟନାୟକ, ୱାକର. ଏମ. ଜି. ର. ପଟ୍ଟନାୟକ , ୱାକର. ସାଇ.ଦିବ୍ୟଆଶିଷ. ୱାକର.କେ .ଧର୍ମରାଜୁ, ୱାକର.ଜଗଦୀଶ ଦାଶ, ୱାକର. ସାରଦା ନାୟକ ଆଦି ୱାକର ଭାଇମାନଙ୍କ ସହଯୋଗ, ନିଷ୍ଠାପର ତ୍ୟାଗ ଓ ଅକ୍ଲାନ୍ତ ପରିଶ୍ରମ ବଳରେ ପୂର୍ବ ଦିନ ଚନ୍ଦ୍ର ଗ୍ରହଣ ଥିବା ସତ୍ୱେ ବନ୍ଧୁ ମିଳନ ସମାରୋହ ଟି ଅତି ସୁରୁଖୁରୁ ରେ ବିନା ବାଧା ବିଘ୍ନ ରେ ବହୁ ମାତ୍ରା ରେ ସଫଳ ହୋଇ ପାରିଥିଲା.
14