ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୃଥ‌ିବୀରେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ।

ଏରସମା, 05/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବରିଷ୍ଠ ନାଗରିକ ମଞ୍ଚ ଓ ସଚେତନ ନାଗରିକ ବୃନ୍ଦ ତରଫରୁ ଆମେରିକା ସଂବ୍ରାଜ୍ୟବାଦ ଯୁଦ୍ଧ ବନ୍ଦକର ,ପୃଥ‌ିବୀରେ ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ଏ ନେଇ ଏରସମା ବଜାର ସ୍ଥିତ ଏକ ରାଲି ଅନୁଷ୍ଠିତ ହୋଇଥିଲା।କମ୍ରେଡ ନେତା ଶ୍ରୀଯୁକ୍ତ ଶଶୀ ଭୂଷଣ ସ୍ଵାଇଁଙ୍କ ନେତୃତ୍ୱରେ ଉକ୍ତ ରାଲିରେ ନିବାରଣ ନାୟକ,ଭ୍ରମରବର ଗୋଚ୍ଛାୟତ,ରବୀନ୍ଦ୍ର ଦାସ, ଦୁର୍ଯୋଧନ ସେଠୀ,ରବୀନ୍ଦ୍ର ଗୋଛୟତ,ନରେନ୍ଦ୍ର ସ୍ଵାଇଁ,ରବୀନ୍ଦ୍ର ବେହେରା,ରାଜ କିଶୋର ଜେନା,ପତିତପାବନ ଦାସ,ଭରତ ଚନ୍ଦ୍ର ସେଠୀ, ସତ୍ୟାନନ୍ଦ ଭୋଳ ପ୍ରଭୁତି ଉପସ୍ଥିତି ଥିଲେ। ଯୁଦ୍ଧ ହେଲେ ସାରା ଭାରତ ବର୍ଷରେ ସାଧାରଣ ଜନତାମାନେ ହଇରାଣ ହେବା ସହିତ ବହୁ ଅସୁଵିଧା ରେ ସମ୍ମୁଖୀନ ହେବେ ବୋଲି ବରିଷ୍ଠ ନାଗରିକ ମଞ୍ଚର କର୍ମ କର୍ତା ମାନେ ପ୍ରକାଶ କରିଥିଲେ। ଦର ଦାର ଆକାଶ ଛୁଆଁ ହେବ ,ସେଠି ନେଇ ଯୁଦ୍ଧ ବନ୍ଦ ଲାଗି ସରକାରଙ୍କୁ ଏରସମା ବରିଷ୍ଠ ନାଗରିକ ମଞ୍ଚ ଓ ସଚେତନ ନାଗରିକ ବୃନ୍ଦ ତରଫରୁ ରାଲି ଜରିଆରେ ବାର୍ତା ଦେଇଥିଲେ।
12