ଏରସମା, 05/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ପ୍ରବାଦ ପୁରୁଷ ମହା ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ସମଗ୍ର ଓଡ଼ିଶାର ପାଳନ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଏରସମା ବିଜେଡ଼ି ମୁଖ୍ୟ କାର୍ଯ୍ୟଳୟରେ ମହା ଆନନ୍ଦରେ ପାଳନ କରାଯାଇଅଛି। ଶହ ଶହ ବିଜେଡ଼ି କର୍ମୀ ଙ୍କ ସମାଗମ ରେ ଏକ ବିଶାଳ ରାଲି ଯୋଗେ ସର୍ବପ୍ରଥମେ ଗାନ୍ଧୀଛକ ନିକଟରେ ଥିବା ଜାତିର ଜନକ୍ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ବସଷ୍ଟାଣ୍ଡ ସ୍ଥିତ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟା ସମର୍ପଣ କରିଥିଲେ।ବିଜୁ ବାବୁ ଅମର ରହେ ଓ ବିଜୁ ବାବୁ ଜିନ୍ଦାବାଦ ସ୍ଳୋଗାନ ରେ ପ୍ରକମ୍ପିତ ହୋଇପଡ଼ିଥିଲା ପ୍ରତିମୂର୍ତ୍ତି ସ୍ଥଳ।କାର୍ଯ୍ୟାଳୟ ରେ ବିଜୁଜନତା ଦଳର ସଭାପତି ଶ୍ରୀଯୁକ୍ତ ପୀତବାସ ଗଚ୍ଛାୟତ,ଏରସମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାପାତ୍ର, ଯୁବ ନେତା ପାର୍ଥ ସାରଥ୍ ରାଉତ,ଏରସମା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସଚିତ୍ରା ନନ୍ଦ ଦାସ,ଜ୍ୟୋତିରଂଜନ କୁଅଁର,ଛାତ୍ର ନେତା ଚନ୍ଦନ ମଲ୍ଲିକଙ୍କ ସହିତ ବିଜୁ ଜନତା ଦଳର ସମସ୍ତ କର୍ମୀ ଉପଷ୍ଟିତ ଥିଲେ।