ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ 

ରାୟଗଡ଼ା, 05/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ରାୟଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କl ରହିଛି । ତେଣୁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆର୍‍ଏସ୍‍ ପ୍ୟାକେଟ ଓ ଔଷଧ ମହଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଥିଲା ।
Article Image
ସେହିପରି ବିଭିନ୍ନ ଗ୍ରାମାଞ୍ଚଳ, ପୌର ପରିଷଦ, ବ୍ଲକ, ଏନ୍‍ଏସି ପକ୍ଷରୁ ଜଳଛତ୍ର ଖୋଲାଯିବାକୁ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସିଡିଓ ତଥା ଇଓ ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ବୈଠକରେ ପୁଣିଥରେ ବିଡିଓ ମାନଙ୍କୁ ସୂଚନା ଦେଇଥିଲେ । ଜିଲ୍ଲାର ସମସ୍ତ ଗ୍ରାମରେ ଜଳକ୍ଳିଷ୍ଟ ସ୍ଥାନ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରାଯିବl, ଅଚଳ ନଳକୂପ, ସୌର ଚାଳିତ ନଳକୂପ ଗୁଡିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜ଼ିଲ୍ଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି । ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି ।
Article Image
ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟାତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସ୍ବେଛାସେବୀ ଅନୁଷ୍ଠାନ, ପଂଚାୟତ ଜନପ୍ରତିନିଧି ମାନଙ୍କୁ ନେଇ ଜନସଚେତନତା କରିବା ପାଇଁ କୁହାଯାଇଛି l ଗ୍ରୀଷ୍ମ ଦିନରେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ, ବିଦ୍ୟୁତ ବିଭ୍ରାଟ ନ ହେବ, ପଶୁମାନଙ୍କ ଯତ୍ନ ନେବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍‍ ଲାଇନ୍‍ ଅନୁଯାୟୀ ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହୁଜୁଦ ରଖିବା ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ପରିବର୍ତ୍ତନ କରିବା, ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଯାତ୍ରୀବାହୀ ବସ ଯାତାୟତ କରିବା ସମୟ ଓ ଶ୍ରମିକ ମାନଙ୍କ ସମୟରେ ପରିବର୍ତ୍ତନ କରିବାକୁ କୁହାଯାଇଛି l ବନ୍ୟଜନ୍ତୁଙ୍କ ନିମନ୍ତେ ପିଇବା ପାଣି ବ୍ୟବସ୍ଥା କରିବାକୁ ବନ ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଅଂଶୁଘାତରେ କାହାର ମୃତ୍ୟୁ ହୁଏ ତେବେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ତହସିଲଦାର/ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ଜିଲ୍ଲାସ୍ଥରରେ, ବ୍ଲକ, ଜିଲ୍ଲାସ୍ୱାସ୍ଥ୍ୟ କେନ୍ଦ୍ର ଓ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ୨୪/୭ ନିୟନ୍ତ୍ରଣ କକ୍ଷ୍ୟ ଖୋଲାଯିବାକୁ ନିର୍ଦେଶ ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ବିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ରାୟଗଡ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ଗୁଣପୁର, ଶ୍ରୀ ଦୁଧାଲ ଅଭିଷେକ ଦିଲ୍ଲୀପ, ଉପଜିଲ୍ଲାପାଳ ରାୟଗଡ, ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀମତୀ ମମତା ଚୌଧୁରୀ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଆଦି ଯୋଗଦାନ କରିଥିଲେ l
10