ବାଲିକୁଦା-ଏରସମା, 05/03/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ମଧ୍ୟମସ୍ଥଳୀ ଐତିହାସିକ ପୀଠ ପାଳଧୁଆବନ୍ଧ ଦୋଳ ମେଲଣ ପଡିଆରେ ହରିଶପୁର ଯାଦବ ସମିତିର ବାର୍ଷିକ ବୈଠକ ସଭାପତି ବାଇଧର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାହିଁ କେଉଁ କାଳରୁ ଗୋପାଳ ସଂପ୍ରଦାୟର ଏହି ପ୍ରଥା ଏହି ଅଳକା କ୍ଷେତ୍ର ଠାରେ ଅନୁଷ୍ଠିତ ହୋଇ ଆସୁଛି । ଏହି ଐତିହ୍ୟ ପରମ୍ପରାକୁ ବଞ୍ଚାଇ ରଖିବାକୁ ସମସ୍ତ ଗୋପାଳ ଭାଇ ମାନଙ୍କର ସହଯୋଗ କାମନା କରିଥିଲେ । ପରେ ଏହି ପରମ୍ପରାର ପାହାଡା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହରିଶପୁର ଅଞ୍ଚଳର ୧୨ ଗୋଠର ପ୍ରମୁଖ ଗୋପାଳ ଭାଇ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ବର୍ଷକୁ ଥରେ ଏହି ସ୍ଥାନରେ ସମସ୍ତଙ୍କର ମିଳନ ଏବଂ ସଂପ୍ରଦାୟର ସମସ୍ୟା ସମ୍ପର୍କରେ ଏହି ଠାରେ ଆଲୋଚନା ହୋଇଥାଏ । ଚଳିତ ମାସ ୨୨ ତାରିଖରେ ଯାଦବ ସମିତିର ବାର୍ଷିକ ଉତ୍ସବ ଅବଧୂତ ଗାଦି ବ୍ରହ୍ମଙ୍କ ପୀଠ ଯାଦବ ସମିତି ପ୍ରାଙ୍ଗଣରେ ପାଳଧୂଆବନ୍ଧ ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିରୀକୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ଦାସ, ବାଇଧର ପ୍ରଧାନ, ସୁଶାନ୍ତ କୁମାର ଦାସ, ରବୀନ୍ଦ୍ର ଦାସ, ବାବୁଲି ଦାସ, ଝାଟୁ ଦାସ, ବୈରାଗୀ ବେହେରା, ଉଦ୍ଧବ ଦାସ, ସୁବାସ ଚନ୍ଦ୍ର ଦାସ, ବାଇଧର ଦାସ, ରବୀନ୍ଦ୍ର ପ୍ରଧାନ, ମାୟାଧର ଦାସ, ଚଗଲି ଦାସ, ଜଟାଧାରୀ ଦାସ, କଳ୍ପତରୁ ଦାସ, ଅମୁଲ୍ୟ ଦାସ, ନିରଞ୍ଜନ ଦାସ, ବିଭୁତି ଭୁଷଣ ଦାସ, ତ୍ରିଲୋଚନ ଦାସ, ସମୀର କୁମାର ଦାସ, ବାବାଜୀ ବହିରା, ଜାପାନୀ ଦାସ, ହେମନ୍ତ ଦାସ, ବ୍ରହ୍ମାନନ୍ଦ ଦାସ, ଶିଶିର ଦାସ ପ୍ରମୁଖଙ୍କ ସହିତ ଶତାଧିକ ଗୋପାଳ ଭାଇ ମାନେ ଯୋଗଦେଇଥିଲେ ।
