ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡା ପୋଲିସକୁ ବଡ଼ ସଫଳତା: ସୁନା ଚୋରି ମାମଲାରେ ଜଣେ ଗିରଫ

ବୁଗୁଡ଼ା, 05/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡା ଥାନା ଅନ୍ତର୍ଗତ ଗହଙ୍ଗୁ ଗ୍ରାମ ନିକଟରେ ଘଟିଥିବା ସୁନା ଚେନ୍ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ମାମଲାରେ କେନ୍ଦୁପଦର ଗ୍ରାମର ଅମିତ ବରଡ଼ା (୨୬) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।​ଗତ ଶନିବାର ଦିନ ଅଭିଯୋଗକାରୀ ଦେବାଶିଷ ନାୟକ ଓ ତାଙ୍କ ଖୁଡି ପ୍ରତିମା ନାୟକ ବାଇକରେ ଯାଉଥିବା ସମୟରେ କଟାଶି ବନ୍ଧ ନିକଟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରି ପ୍ରାୟ ୨୦ ଗ୍ରାମ ଓଜନର ସୁନା ଚେନ୍ ଓ ନାନୁ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ।ଭଞ୍ଜନଗର ଏସଡିପିଓ ଦୀପକ କୁମାର ମିଶ୍ରଙ୍କ ନେତୃତ୍ୱରେ ବୁଗୁଡ଼ା ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧାତା ଓ ବାଲିପଦର ଫାଣ୍ଡି ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସିସିଟିଭି ଫୁଟେଜ୍ ଓ ବୈଷୟିକ ନିରୀକ୍ଷଣ ଆଧାରରେ ପୋଲିସ ଅଭିଯୁକ୍ତ ଅମିତକୁ କାବୁ କରିଥିଲା। ତାର କବଜାରୁ ଅପରାଧରେ ବ୍ୟବହୃତ ମୋଟରସାଇକେଲ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଛି।​ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ଓ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
17