ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସମାବର୍ତ୍ତନ ଉତ୍ସବ

କାଶୀପୁର ବ୍ଲକ ଟିକିରି, 06/03/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
କାଶୀପୁର ବ୍ଲକ ଟିକିରି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଚଳିତ ଶିକ୍ଷା ବର୍ଷରେ ଦଶମ ବୋର୍ଡ଼ ପରୀକ୍ଷା ଦେଇ ବିଦ୍ୟାଳୟ ଛାଡୁ ଥିବା ୨୩ଜଣ ଛାତ୍ରଛାତ୍ରୀଙ୍କ ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ପୁଷ୍ପ କେତୁସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି,ସରୋଜିନୀ ନନ୍ଦ,ଉପ-ସଭାପତି ନିରଞ୍ଜନ ନାୟକ, ଯୁଗ୍ମ ସମ୍ପାଦକ-ସୁଜିତ କୁମାର ନାୟକ, ସଦସ୍ୟ- ମହେନ୍ଦ୍ର କୁମାର ସ୍ୱାଇଁ,ସଦସ୍ୟା- କୁମାରୀ ପିଡ଼ିକା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଦଶମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୁଷ ସାମଲ,କଳ୍ପନା ନାଏକ,ଗିରିଶ କୁମାର ବେହେରା,ଗୌରୀ ଦିଶାରୀ,ଚିନ୍ମୟୀ ପରିଡ଼ା,ଦିବ୍ୟଜ୍ୟୋତି ସାହୁ,ଦେବାଶିଷ ସ୍ୱାଇଁ,ନିରୂପମା ନାଏକ,ନିଲମସାହୁ,ପାୟଲ ରାଣୀ ବିଶ୍ୱାଳ,ପ୍ରୀତି ପୂଜାରୀ,ମନୋଲିଶା ପୂଜାରୀ,ସୁମନ ସାହୁ,ରିତେଶ ରାଉତ,ଶୁଭମ ନାୟକ,ଶୁଭଶ୍ରୀ ଦାଶ,ଶୁଭଶ୍ରୀ ବଲ୍ଲଭାଇ,ସାଗରିକା ବେହେରା,ସିଦ୍ଧାନ୍ତ ଚୌଧୁରୀ,ସିଦ୍ଧ ତୋପା ନାୟକ,ସୋନାଲି ବେହେରା,ସୌରଭ ସାହୁ,ହଂସୀକା କଂସରାଳି,ଲିପି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଏହିଅବସରରେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସୁ-ନାଗରିକ ହେବାରେ ଅତିଥିମାନେ ମାର୍ଗ ଦର୍ଶନ କରାଇଥିଲେ ।ଛାତ୍ରଛାତ୍ରୀ ମାନେ ଅତିଥିଙ୍କ ସହିତ ଗୁରୁଜୀ ଗୁରୁମାଙ୍କ ଠାରୁ ଆଶିଷ ଭିକ୍ଷା କରିଥିଲେ।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁମା,ଗୁରୁଜୀପରିଚାଳନା କରିଥିଲେ
Article Image
Article Image
16