ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟିକିରି ରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ।

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି, 06/03/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୋଳ ପୂର୍ଣ୍ଣିମା ଓ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ଅଧିବାସ ପୂଜା ସହିତ କଳସ ଯାତ୍ରା ଆରମ୍ଭ କରାଯାଇଥିଲା ।ନିକଟରେ ଥିବା ପୋଖରୀ ରୁ ଗଙ୍ଗା ଙ୍କୁ ଆବାହନ ଭଜନ କୀର୍ତ୍ତନ ସହିତ ହୁଳହୁଳି ଶଙ୍ଖ ଧ୍ୱନି ରେ ଭକ୍ତି ପରିବେଶ ମୟ ସୃଷ୍ଟି ହୋଇଥିଲା । ସ୍ଥାନୀୟ କଳାକାର ରାଧା କୃଷ୍ଣ ମାତା ଯଶୋଦା ବେଶ୍ ରେ ନୃତ୍ୟ ପରିବେଷଣ କରିଥିଲେ।କାମେଶ୍ବର ସାହୁ ,ଅର୍ଜୁନ ମାଝୀ,ଲିଙ୍ଗା ସାହୁ ଏହି ଅଷ୍ଟ ପ୍ରହରୀ ରେ ମଙ୍ଗଳବାର ଭୋର ସକାଳୁ ୪ଟା ସମୟରେ ପୂଜା ନୀତି କାନ୍ତି କାର୍ଯ୍ୟ ଆରମ୍ଭ ହୋଇଥିଲା ।ସକାଳ ୬ ଟା ସମୟରେ ନାମଯଜ୍ଞ ଆରମ୍ଭ ହୋଇଥିଲା ।ଏହା ପରେ ଗତକାଲି ବା ବୁଧବାର ଦିନ ସକାଳ ୬:୩୦ ଶେଷ ହୋଇଥିଲା ।ଏହା ପରେ ଦହି ହାଣ୍ଡି ଭାଙ୍ଗିବା ସହ ନଗର ପରିକ୍ରମା ହୋଇ ଥିଲା ଏହି ଅଷ୍ଟପ୍ରହରୀରେ ୧୦ଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରେ ସୂଦୂର କଷାଗୁମ୍ପୁଡା ସଂକୀର୍ତ୍ତନ ଦଳ ର ମୁଖ୍ୟ ଗୁରୁ ହରି ଗୁରୁ ଙ୍କ ନିର୍ଦ୍ଦେଶନାରେ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ଚାରଟି ଦଳ ଯୋଗ ଦେଇଥିଲେ।ଟିକିରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ହରପ୍ରସାଦ ନାୟକ,କୈଳାଶ ନାଏକ, ବିପ୍ରଚରଣ ପୂଜାରୀ,ବଣିକ ସଘଂ ର ପୂର୍ବତନ ସଭାପତି ମନୋଜ କୁମାର ବେହେରା ଓ ଭଜହରି ସଂକୀର୍ତ୍ତନ ମଣ୍ଡଳୀ ର ଉପଦେଷ୍ଟା ସିମାଞ୍ଚଲ ଷଡ଼ଙ୍ଗୀ, ମୁଖ୍ୟ ପୂଜକ ସଂଜୟ ଷଡ଼ଙ୍ଗୀ ଓ କର୍ତ୍ତା ଭାବେ ବସିଥିଲେ ଡମ୍ବରୁଧର ବେହେରା ଓ ତାଙ୍କ ସ୍ତ୍ରୀ ଉଷା ବେହେରା।ଏହା ସହ ସ୍ଥାନୀୟ ଗ୍ରାମ ବାସୀ ଏବଂ ଭଜହରି ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଦିବାକର ବେହେରା, ସମ୍ପାଦକ ମନୋଜ କୁମାର ସାହୁ, ମୁକୁନ୍ଦ ବେହେରା, ବାବୁଲି ଲିମା, ସୁରେଶ ଗଉଡ,ରୁଲୁ ମହାଙ୍କକୁଡ, ସହ ଯୋଗ କରି ଥିଲେ ।ଏହି ଅଷ୍ଟପ୍ରହରୀ ମହା ଆଡ଼ମ୍ବରରେ ପାଳିତ ହୋଇଥିଲା।
Article Image
Article Image
Article Image
Article Image
Article Image
10