ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହନ୍ତ ମେଲଣ ଉପଲକ୍ଷେ ମୁକ୍ତମଞ୍ଚ ନାଟକ ପରିବେଷଣ

ଏରସମା / ଚଟୁଆ, 06/03/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ପୋଖରୀଆପଡା ମା"ସାତଭଉଣୀ ପୀଠରେ ଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି |୧୦୦ ବର୍ଷରୁ ଉର୍ଦ୍ଧହେବ ଅନୁଷ୍ଠିତ ହେଉଥିବା ଏହି ମେଳଣରେ ଦୋଳ ବିମାନ ମହନ୍ତ ମେଲଣ ପଡିଆଠାରୁ ବିରାଟ ପଟୁଆରେ ମା" ସାତଭ ଉଣୀ ବେଢା ନିକଟକୁ ଆସିଥାନ୍ତି । ଘଣ୍ଟ ଘଣ୍ଟି ବାଜା, ବାଣା , ଭଜନ କୀର୍ତନ , ବାବୁ ବାବୁଆଣୀ ନାଚ, ଫଡିଖେଳ , ଲଉଡି ଖେଳ ସହିତ ବିରାଟ ପଟୁଆରରେ ବିମାନ ସବୁ ଆସିଥାନ୍ତି |ଚଳିତ ବର୍ଷ ଏହି ମେଲଣ ବହୁ ଆଡମ୍ବର ସହିତ ପାଳନ କରାଯାଇଛି। ଏହି ଉପଲକ୍ଷେ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ମା" ସାତଭଉଣୀ ଠାକୁରାଣୀଙ୍କ ମହନ୍ତ ମହାରାଜ ଅମୃତ ଦାସ( ବୁବୁ)ଭାଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଚଟୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ବ୍ଲକ୍ ବିଜୁଜନତା ଦଳର ଯୁବ ସଭାପତି ବିକ୍ରମ କେଶରୀ ରାଉତ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ଭଜନ ଗାନ କରିଥିଲେ ।ମୁଖ୍ୟ ବକ୍ତା କୁଜଙ୍ଗ ବାର ଆସୋସିଏସନର ସଭାପତି ଏନ୍ଡି ଯାଦବ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ବିଭୁରଞ୍ଜନ ଦାଶ,ନାରିନେତ୍ରୀ କଳ୍ପନା ମହାପାତ୍ର,ନାଟ୍ୟ ନିର୍ଦ୍ଦେଶକ ନଟବର ବାରିକ,ଚଟୁଆ ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ନକୁଳ ନାୟକ ପ୍ରମୁଖ ଯୋଗଦେଇଥିଲେ।ପ୍ରଥମ ସଂଧ୍ୟାରେ ନଟବର ବାରିକଙ୍କ ନିର୍ଦ୍ଦେଶନାରେ ମୁକ୍ତମଞ୍ଚ ନାଟକ କାନ୍ଦେନା ଲୁହ ସରିଯିବ ପରିବେଶଣ କରାଯାଇଥିଲା।ହଜାର ହଜାର ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା।ପୋଖରୀଆପଡା ଗ୍ରାମର ସମସ୍ତ ଗ୍ରାମବାସି ମାନେ ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରିଥିଲେ।
Article Image
8