ସାଇଲୋ, 07/03/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ସାଇଲୋ ପଞ୍ଚାୟତର ପ୍ରିୟ ଜନନେତା ତଥା ପୂର୍ବତନ ସରପଞ୍ଚ ଦିବଂଗତ ସରୋଜ କୁମାର ସେଠିଙ୍କ ସ୍ମୃତି ଚାରଣ ପୂର୍ବକ ଏକ ମହତ ଜନସେବା କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। 'ସରୋଜ ଭାଇ ଜନସେବା ସଂଗଠନ' ପକ୍ଷରୁ ଆୟୋଜିତ ଏହି ବିଶାଳ ମାଗଣା ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ଚିକିତ୍ସା ଶିବିରରେ ଅଞ୍ଚଳର ଶତାଧିକ ଅସହାୟ ଓ ଗରିବ ରୋଗୀ ଯୋଗଦେଇ ଉନ୍ନତମାନର ଚିକିତ୍ସା ସେବା ପାଇପାରିଛନ୍ତି।କାର୍ଯ୍ୟକ୍ରମର ଶୁଭାରମ୍ଭ ଅତି ନିଆରା ଓ ଆଧ୍ୟାତ୍ମିକ ଭାବେ କରାଯାଇଥିଲା। ସକାଳୁ ଅଧିଷ୍ଠାତ୍ରୀ ଦେବୀ ମା' ସାରଳାଙ୍କ ପୀଠରେ ଶିବିରର ସଫଳତା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଭୋଗ କରାଯାଇଥିଲା। ଶିବିରରେ ପହଞ୍ଚିଥିବା ଅତିଥି ଓ ବିଶେଷଜ୍ଞ ଡାକ୍ତରମାନଙ୍କୁ ମା'ଙ୍କ ପ୍ରସାଦ ଏବଂ ପୂଜିତ "ଛିଟ କପଡ଼ା" (ମା'ଙ୍କ ଶାଢ଼ୀ) ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶିବିରର କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା।ନୃସିଂହ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ରମାକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ସାଇଲୋ ପଞ୍ଚାୟତ ନାୟବ ସରପଞ୍ଚ ଶ୍ରୀମତୀ ଝରଣା ଦାସ, ସମିତି ସଭ୍ୟା ଶ୍ରୀମତୀ ମନୀଷା ରାଣୀ ମଲ୍ଲ ଏବଂ ସମସ୍ତ ୱାର୍ଡ ମେମ୍ବରବୃନ୍ଦ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଭୁବନେଶ୍ୱରସ୍ଥିତ SUM Ultimate Medicare ର ବରିଷ୍ଠ ହୃଦରୋଗ ବିଶେଷଜ୍ଞ Dr. Vibhutendra Mohanty, ଅସ୍ଥିଶଲ୍ୟ ବିଶେଷଜ୍ଞ Dr. Sidharth Samal ଏବଂ ପେଟରୋଗ ବିଶେଷଜ୍ଞ Dr. Nachiketa Gupta ଶତାଧିକ ରୋଗୀଙ୍କର ମାଗଣା ଚିକିତ୍ସା କରିଥିଲେ.ଶିବିରରେ ଅତ୍ୟାଧୁନିକ Fibroscan, BMD, ECG ଏବଂ ମଧୁମେହ ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିଲା। ଏଥିସହ ASG Eye Hospital, Cuttack ଏବଂ କ୍ରୁପ୍ ଡାଇଗ୍ନୋଷ୍ଟିକ୍ ପକ୍ଷରୁ କମ୍ପ୍ୟୁଟର ମେସିନ୍ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଥିଲା.ସରୋଜ ଭାଇଙ୍କ "ସେବା ହିଁ ଶ୍ରଦ୍ଧାଞ୍ଜଳି" ଆଦର୍ଶକୁ ପାଥେୟ କରି ସଂଗଠନର ସଦସ୍ୟମାନେ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ମହତ ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଛି।

