ଯାଜପୁର, 08/03/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ଗ୍ରାମର ଫକୀରା ସାମଲ,ଯିଏ କି ଆଜି କୁ ଅଢେଇ ବର୍ଷ ହେବ ଦୁର୍ଘଟଣା ର ଶିକାର ହେବା ଫଳରେ ତାଙ୍କର ଅଣ୍ଟା ପାଖରୁ ଗୋଡ଼ ପର୍ଯ୍ୟନ୍ତ କାମ କରୁନାହିଁ ଫକୀର ସାମଲ ଙ୍କ 2023 ମସିହାରେ ଦୁର୍ଘଟଣା ରେ ପିଠି ଅଣ୍ଟା ମାଡ଼ ରେ ସମ୍ପୂର୍ଣ୍ଣ ଭାବେ ଶଯ୍ୟାସାଇ ।ପରିବାର ରେ ଦିନ ଖାଇଲେ ଦିନ ଉପାସ , କୌଣସି ସରକାରୀ ସହଯୋଗ ପାଇ ନାହାନ୍ତି।ବିଗତ ଦିନରେ ହୋଇଥିବା ଅପରେସନ ରୁ ଏବେ ପାଣି , ପୁଜ ବାହାରୁଛି ।ମେଡିକାଲ ଯିବା ପାଇଁ ମଧ୍ୟ ଅକ୍ଷମ । ଗରିବ ଆଦିବାସୀ ପରିବାର ର ହେଇଥିବାରୁ ଚିକିତ୍ସା ମଧ୍ୟ ସମ୍ଭବ ହୋଇପାରୁନି।ଏ ଦୁଃଖଦ ଖବର ଶୁଣିବା ପରେ ଆଜି ତ୍ରି ନେତ୍ର ଫାଉଣ୍ଡେସନ ତରଫରୁ ତାଙ୍କୁ ରାସନ ସାମଗ୍ରୀ ସହିତ ଆର୍ଥିକ ସାହାଯ୍ୟ କିଛି ଯୋଗାଇ ଦିଆଯାଇଛି ।ଆଜିର ଏହି ସେବା କାର୍ଯ୍ୟ ରେ ଉପସ୍ଥିତ ଥିଲେ ସରୋଜ କୁମାରସାହୁ,ମନୋରଞ୍ଜନ ତରାଇ,ସୌମ୍ୟା ରଞ୍ଜନ ବେହେରା,ସୁସୁମୀ ଆଚାର୍ଯ୍ୟ, ପ୍ରଭଞ୍ଜନ ମହାରଣା, ପ୍ରଦୀପ୍ତ ବିଶ୍ଵାଳ ।