ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜିଲ୍ଲା କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା ସଭା ଓ ପ୍ରଶିକ୍ଷଣ ସଭା ଅନୁଷ୍ଠିତ

ଜଗତସିଂହପୁର, 08/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ସ୍ଥିତ ସାରଦା ମଣ୍ଡପ ରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧନା ସଭା ଓ ପ୍ରଶିକ୍ଷଣ ସଭା ଅନୁଷ୍ଠିତ ହୋଇଯାଇଅଛି।ଜଗତସିଂହପୁର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ କମିଟି ସଦସ୍ୟ ଏବଂ ବ୍ଲକ/ନଗର ସଭାପତି ମାନଙ୍କୁ ସମ୍ବନ୍ଧିତ କରାଯିବା ସହ ଏକ ପ୍ରଶିକ୍ଷଣ ଶିବିର ର ଆୟୋଜନ କରାଯାଇ ତୃଣ ମୂଳ ସ୍ତର ରେ କାମ କରିବା ପାଇଁ ପ୍ରଶିକ୍ଷଣ ସହ ବିଭିନ୍ନ ବ୍ଲକ, ମୁନିସିପାଲିଟି ଏବଂ ଛାମୁଆ ସଂଗଠନ ର ଦାଇତ୍ବ ବଣ୍ଟନ କରା ଯାଇଥିଲା।ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ନାୟକ ଏହି ପ୍ରଶିକ୍ଷଣ ବିଷୟ ରେ ସମସ୍ତଙ୍କୁ ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ପ୍ରଦେଶ କଂଗ୍ରେସ କମିଟି ର ଉପସଭାପତି ଡ଼ ଲଲାଟେନ୍ଦୁ ମହାପାତ୍ର, ଇଂ ହିମାଂଶୁ ଭୂଷଣ ମଲ୍ଲିକ, ପ୍ରଦେଶ ମହିଳା କଂଗ୍ରେସ ଉପସଭାପତି ପ୍ରତିମା ମଲ୍ଲିକ, ସାଧାରଣ ସମ୍ପାଦିକା ଦିପ୍ତିରାଣୀ ପ୍ରଧାନ,ପୂର୍ବତନ ପିସିସି ସଭ୍ୟ ଶ୍ରୀଯୁକ୍ତ ଧ୍ଵୋଜରାଜ ଖଣ୍ଡୁଆଳ,ପ୍ରଦେଶ କଂଗ୍ରେସ କମିଟି ର ପୂର୍ବତନ ସାଧାରଣ ସମ୍ପାଦକ ଅଜୟ ମହାପାତ୍ର ଓ ଜିଲ୍ଲା କଂଗ୍ରେସ ଓ ବ୍ଲକ/ନଗର କଂଗ୍ରେସ ର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତି ରହିଥିଲେ।
Article Image
Article Image
Article Image
9