ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ବେଛାସେବୀ ସଂଗଠନ ନିୟୁ ଲାଇଫ୍ ଓ ହେଲ୍ପ ଦ ହ୍ୟୁମାନୀଟି ମିଳିତ ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି

କଟକ, 08/03/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ମାହାଙ୍ଗା ବ୍ଲକ ଅନ୍ତର୍ଗତ କଇଥା ଗ୍ରାମ ପଞ୍ଚାୟତ ଅଧୀନ କଇଥା ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ନିଶ୍ଚିନ୍ତ କୋଇଲି ତହସିଲର ମୁଖ୍ୟ କିରାଣୀ ସୁବାସ ଚନ୍ଦ୍ର ପାଲ ଉଦଘାଟନ କରିଥିଲେ। ସ୍ବେଛାସେବୀ ସଂଗଠନ ନିୟୁ ଲାଇଫ୍ ଓ ହେଲ୍ପ ଦ ହ୍ୟୁମାନୀଟି ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିରରେ 70 ୟୁନିଟି ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକୁ ସହଯୋଗ କରିଥିଲେ ହେଲ୍ପ ଦ ହ୍ୟୁମାନିଟି ର ସଭାପତି ଶିଶିର କୁମାର ସାହୁ,ଓ ନିୟୁ ଲାଇଫ୍ ସୋସିଆଲ ୱାର୍କ ର ପ୍ରତିଷ୍ଠାତା ଅମୀୟ ନାଥ ଏବଂ କୋଷାଧକ୍ଷ ରଶ୍ମି ରଞ୍ଜନ ନାଥ ଓ ଅନ୍ୟ ମାନଙ୍କ ମଧ୍ୟରେ ଅଜୟ ପାଲ୍,ସ୍ମୃତି ରେଖା ମହାପାତ୍ର, ଦୌତାରୀ ମାଝୀ, ରାଜେଶ ନାୟକ, ପୀତବାସ ସାହୁ, ମଞ୍ଜୁ ସେଠୀ,ରଂଜିତ ସାହୁ, କିସାନ ସିଂ, ରାଜେନ୍ଦ୍ର ସ୍ୱାଇଁ, ବିଶ୍ୱଜିତ ମହାରଣା,ରଞ୍ଜନ ମହାପାତ୍ର, ଉର୍ମିଳା ସାହୁ, ଜଗନ୍ନାଥ ଗାହାଣ, ନୀଳ ମାଧବ ରାଉଳ,ପ୍ରିୟଙ୍କା ସାମନ୍ତ ରାୟ ପ୍ରମୁଖ ସହଯୋଗ କରିଥିଲେ।
Article Image
16