ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆନ୍ତର୍ଜାତୀୟ ମହିଳା ଦିବସରେ 'ସୁଭଦ୍ରା'ର ୪ର୍ଥ କିସ୍ତି ପ୍ରଦାନ

ରାୟଗଡ଼ା, 08/03/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଆନ୍ତର୍ଜାତୀୟ ମହିଳା ଦିବସରେ 'ସୁଭଦ୍ରା ଯୋଜନା'ର ୪ର୍ଥ କିସ୍ତି ମହିଳାମାନଙ୍କ ବ୍ୟାଙ୍କ ଖାତାରେ ପହଞ୍ଚିବାକୁ ଯାଉଛି। ଏହାର ଫଳରେ ରାୟଗଡ଼ା ଜିଲ୍ଲାରେ ଲକ୍ଷାଧିକ ମହିଳା ହିତାଧିକାରୀଙ୍କୁ ଆର୍ଥିକ ସଶକ୍ତିକରଣ ମିଳିବା ସହ ସ୍ଥାନୀୟ ଅର୍ଥନୀତି ମଜବୁତ ହେବ।  ରାୟଗଡ଼ରେ ଜିଲ୍ଲା ପ୍ରଶାସନ ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ମହିଳା ଦିବସ ଓ ଓଡ଼ିଶା ସରକାରଙ୍କ 'ସୁଭଦ୍ରା ଯୋଜନା'ର ୪ର୍ଥ କିସ୍ତି କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅଶୁତୋଷ କୁଲକର୍ଣ୍ଣୀ ଅଧକ୍ଷତା କରିଥିଲେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ  ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର, ଡେପୁଟି ପୋଲିସ୍ ଅଧୀକ୍ଷକ ମୁନି ଅଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଯୁଗ୍ମ ନିର୍ଦ୍ଦେଶକ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଏନ ଗୁଣାଶେଖର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମୀନତି ଦେଓ, ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ, ସମସ୍ତ ସଂକଳ୍ପ ହବ୍ କର୍ମଚାରୀ, ସମସ୍ତ ଶିଶୁ ବିକାଶ ଅଧିକାରୀ, ମହିଳା ସୁପରଭାଇଜର, ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ, ସହାୟିକା, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷl ଡ଼ ସରସ୍ବତୀ ରାୟ ଯୋଗ ଦେଇଥିଲେ ଓ କୁଶଳୀ ମହିଳା ତଥା ଦକ୍ଷ ମହିଳାର ସମାଜରେ ଭୂମିକା ବିଷୟରେ ଆଲୋଚନା କହିଥିଲେ।ନାରୀମାନଙ୍କୁ ଆତ୍ମନିର୍ଭର ହେବା, ଶିକ୍ଷାରେ ଆଗୁଆ ହେବା ଏବଂ ନିଜ ଅଧିକାର ସମ୍ପର୍କରେ ସଚେତନ ହେବାକୁ ପ୍ରେରଣା ଦେଇଥିଲେ। ସେ କହିଥିଲେ ଯେ, ଶିକ୍ଷା ଓ ସଚେତନତା ନାରୀ ସଶକ୍ତିକରଣର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ।
Article Image
ସୁଭଦ୍ରା ଯୋଜନା ର ପନ୍ଦର ଜଣ ଯୋଗ୍ୟ ମହିଳା ଙ୍କୁ ଧନଦେଶ ପତ୍ର ପ୍ରଦାନ କରାଯାଇଥିଲା।
Article Image
ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସର ରେ ହୋଇଥିବା ପ୍ରତିଯୋଗିତା ଗୁଡିକର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।
Article Image
ପୋଷଣ ଅଭିଯାନ ଅଧୀନରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା ଶିଶୁ ବିକାଶ ଅଧିକାରୀ, ସୁପରଭାଇଜର, ଅଙ୍ଗନ୍ ବାଡ଼ି କର୍ମୀ, ସହାୟିକା ଙ୍କୁ ମାନପତ୍ର, ଟ୍ରୋଫି ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି ଯୋଜନା ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରି ଗ୍ରାମ୍ୟ ଅଞ୍ଚଳରେ ଉଦ୍ୟୋଗୀତା ଓ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହନ ଦେଉଛି ବୋଲି ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ମତ ବ୍ୟକ୍ତ କରି ଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନିକ ସେବା, ସଶସ୍ତ୍ର ବାହିନୀ ସେବା କ୍ଷେତ୍ର ରେ ମହିଳା ଙ୍କ ଭୂମିକା ଅତୁଳନୀୟ ବୋଲି ଜିଲ୍ଲାପାଳ କହିଥିଲେ।  ଶ୍ରୀ ଦିବାକର ପରିଚ୍ଛା ଜିଲ୍ଲା ସଂଯୋଜକ ସଂକଳ୍ପ ହବ୍ ର ମଞ୍ଚ ପରିଚାଳନ କରିଥିଲେ ଓ ଶେଷରେ ସମାଜ କଲ୍ୟାଣ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
8