ଏରସମା, 08/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଆଜି ସକାଳୁ ଜଗତସିଂହପୁର ଜିଲ୍ଲା ଏରସମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସାମ୍ନାରେ ଧାରଣାରେ ବସିଥିବା ଜଣେ ଯୁବକକୁ ଦେଖିବାକୁ ମିଳିଥିଲା ।ତାଙ୍କ ନାମ ହେଉଛି ନେତ୍ରାନନ୍ଦ ବେହେରା ସେ ଏରସମା ର ବାସିନ୍ଦା। ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜି ସକାଳେ ମେଡିକାଲ ସମ୍ମୁଖରେ ।ଫାର୍ମାସିଷ୍ଟ ଅଭାବ ଓ ନିରାମୟ ୨୪ ଘଣ୍ଟା ଖୋଲା ରଖିବା ଉଦ୍ୟଶରେ ଧାରଣାରେ ବସିଥିଲେ।ସୂଚନା ମୁତାବକ ଗତ କାଲି ରାତିରେ ତାଙ୍କର reletive କୁ ମେଡିକାଲ ନେଇ ଆସିଥିଲେ ।କିନ୍ତୁ ରାତି ରେ ମେଡିସିନ ମିଳି ନଥିଲା ।ରାତି ସମୟରେ ମେଡିସିନ ନ ମିଳିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ମେଡିକାଲ ରେ ୧୦ ଜଣ ଡକ୍ଟର ଥିବା ବେଳେ ଆଉଟ୍ ଡୋରରେ ମାତ୍ର ଜଣେ ଡକ୍ଟର ଦେଖୁଥିବା ରୁ ରୋଗୀ ମାନେ ଦୀର୍ଘ ସମୟ ଧରି ଏ ଖରାରେ ଲମ୍ବା ଲାଇନ ରେ ଠିଆ ହେଉଛନ୍ତି ।ରାତି ୧୦ ଟା ପରେ ଏରସମା ବଜାରରେ ମେଡିସିନ ଷ୍ଟୋର ବନ୍ଦ୍ ହୋଇଯାଏ।ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏହାର ପ୍ରତିବାଦ ରେ ଧାରଣା ରେ ବସିଥିଲେ ନେତ୍ରା ନନ୍ଦ ବେହେରା। ପରବର୍ତୀ ସମୟରେ ପୋଲିସ ତାଙ୍କୁ ଉଠେଇନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।