ପାରାଦୀପ ଗଡ, 08/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା, ପାରାଦୀପ ଗଡ ମହିଳା ମହାସଂଘ ଆନୁକୁଲ୍ୟରେ ଆର୍ନ୍ତଜାତୀୟ ମହିଳା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ମହିଳା ସମାବେଶ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଦେଶ, ବିଦେଶ ରେ ମହିଳା ମାନଙ୍କ ଭୂମିକା ଏବଂ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନ ରେ ମହିଳା ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l

ସମ୍ମାନିତ ଅତିଥି ଭାବେ ପାରାଦୀପ ତୈଳ ବିଶୋଧନାଗାର ରେ କାର୍ଯ୍ୟରତ କବୟିତ୍ରୀ ରିନା ବେହେରା, ଇଲାପଣ୍ଡା ଫାଉଣ୍ଡେସନ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମଲତା ମହାନ୍ତ, ୱାର୍ଡ଼ ସଭ୍ୟ ସେକ୍ ସାମସୁଦ୍ଦିନ (ମୁନା) ଯୋଗଦେଇଥିଲେ l ସର୍ଵ ପ୍ରଥମେ ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗୀତା ଯଥା ମିଉଜିକ୍ ଚେୟାର, ୧୦୦ ମିଟର ରେସ୍, ବୋହୂ ଚୋରୀ ଓ ନାଚ, ଗୀତ ଆଦି ଅନୁଷ୍ଠିତ ହୋଇଥିଲା l ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର, ଟ୍ରଫି ଓ ମେଡାଲ ପ୍ରଦାନ କରଯାଇଥିଲାl ଏମ.ବି.କେ. କଳ୍ପନା ମହାପାତ୍ର ସଭାପତିତ୍ବ କରିଥିବା ବେଳେ ମିଲ୍ଲି ମଲ୍ଲିକ ଧନ୍ୟବାଦ୍ ପ୍ରଦାନ କରିଥିଲେ l ସୁଜାତା ସାହୁ, ସ୍ୱପ୍ନାରାଣୀ ସେନାପତି, ସତ୍ୟଭମା ସ୍ବାଇଁ, ମିନାକ୍ଷୀ ସ୍ବାଇଁ, ହେମଲତା ଖଟୁଆ, ହାରାମଣି ସୁତାର, ରେବତୀ ସ୍ବାଇଁ, କଳ୍ପନା ଦଳାଇ, ରଞ୍ଜିତା ସାହୁ, ସଂଘମିତ୍ରା ମହାପାତ୍ର, ପ୍ରଭାତ ସାହୁ, ରମେଶ ବେହେରା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l