ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ

ଏରସମା, 09/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବ୍ଲକ ନିକଟସ୍ଥ ସିହା ଠାରେ ପୂଜ୍ୟ ପୂଜା ସଂସଦ ତରଫରୁ ଅଧକ୍ଷ୍ୟ ଯଯାତି କେଶରୀ ସାମନ୍ତରାୟ ଙ୍କର ସଭାପତିତ୍ୱରେ ମହିଳା ଦିବସ ପାଳିତ ହୋଇଅଛି।ମୁଖ୍ୟ ଅଥିତି ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ , ନାରୀଙ୍କୁ ପୁରୁଷ ସହ ସମାନ ଅଧିକାର ଦିଆଯାଉ, ନାରୀର ଶକ୍ତି ହିଁ ହେଉଛି ପୁଥିବୀର ଶ୍ରେଷ୍ଟ ଶକ୍ତି, ମହିଳା ଶକ୍ତିକୁ କରି ଜାଗ୍ରତ, ସମାଜ ହେବ ସୁସ୍ଥସୁନ୍ଦର ଇତ୍ଯାଦି ନାରା ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ l ମୁଖ୍ୟ ବକ୍ତା ପ୍ରତିମା ଆ ଚାଯ୍ୟ କହିଲେ ନାରୀ ଶୃଙ୍ଖଳିତ ଓ ଶିକ୍ଷିତ ହେଲେ ସମାଜ, ପରିବାର କୁ ଆଗେଇ ନେବ।ସହ ସମାଜରେ ସୁଧାର ଆସିବ ଏଥିରେ ସମ୍ମାନିତ ଅତିଥି ଭାବେ କବିତା ମଞ୍ଜରୀ ସ୍ୱାଇଁ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଦେବଯାନୀ ଆ ଚାଯ୍ୟ, ରଂଜିତା ମହାନ୍ତି, ଜୟଶ୍ରୀ ଖଣ୍ଡୁଆଳ, ଲିପିନା ସ୍ୱାଇଁ, ରୋଜାଲିନି ନାୟକ,ମାନଶି ସ୍ୱାଇଁ ସାମ୍ବାଦିକ ତୃପ୍ତି ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଥିଲେ। ଶେଷରେ ଯଯାତି କେଶରୀ ସାମନ୍ତରାୟ କହିଲେ ନାରୀ ହିଁ ସମାଜର ଅବିଛେଦ୍ଯ ଅଙ୍ଗ, ତାଙ୍କ ବିନା କୌଣସି କାର୍ଯ୍ୟ ସମ୍ଭବ ନୁହେଁ, ନାରୀ ପୁରୁଷ ର ସମକକ୍ଷ ବୋଲି କହିଥିଲେ। ସମସ୍ତଙ୍କୁ ପ୍ରଣାମ ଜଣାଇ ସଭା ସାଙ୍ଗ କରିଥିଲେ।
Article Image
18