ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ପାଟଣା ମଠସାହି ରୁ ଆଉ ଏକ ନାଗ ସାପ ଉଦ୍ଧାର।

ପଙ୍କପାଳ, 09/03/2026, ଉତ୍କଳ voice news - utkalvoicenews.com( ଓ଼ମଂ ଦାସ ଙ୍କ ରିପୋର୍ଟ ) :
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତର ପାଟଣା ମଠସାହି ଗ୍ରାମରୁ ଗତକାଲି ଆଉ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟିକୁ ଉଦ୍ଧାର କରିଥବା ଯୁବକ ଜଣକ ହେଲେ ପଙ୍କପାଳ ପଞ୍ଚାୟତର ପାଟଣା ମଠସାହି ଗ୍ରାମର *ପ୍ରଦ୍ୟୁମ୍ନ ନାୟକ* । ପ୍ରଦ୍ୟୁମ୍ନ କହିଛନ୍ତି ଯେ ସେ ଗତକାଲି କୈଣସି କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହଠାତ୍ ଗୋଟେ କଲ୍ ଆସିଥିଲା , ସେ କଲ୍ ଉଠାଇ ପରେ ସେହି ଗ୍ରାମର ଗୌରାଙ୍ଗ ନାୟକ କହିଲେ କି ତାଙ୍କ ବାରିରେ ଏକ ଜାଲ ବିଛାଯାଇ ଥିଲା , ଯେଉଁ ଜାଲରେ ଏକ ନାଗ ସାପ ଫସିଥିଲା। ପ୍ରଦ୍ୟୁମ୍ନ ନାୟକଙ୍କୁ ସେ ଖବର ଦେବା ପରେ ସେ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟି ଜାଲରେ ପଡ଼ି ଖୁବ୍ ଛଟପଟ ହେଉଥିଲା , ତାକୁ ଜାଲରୁ ବାହାର କରି ଜଙ୍ଗଲରେ ନେଇ ଛାଡି ଦେଇଥିଲେ। ଏହାପରେ ଗୌରାଙ୍ଗ ନାୟକ ପ୍ରଦ୍ୟୁମ୍ନ ନାୟକଙ୍କୁ ଧନ୍ୟବାଦ ଦେବା ସହ ସମ୍ମାନର ସହ ନେଇ ଘରେ ଛାଡି ଆସିଥିଲେ।
8