କୁଜଙ୍ଗ , 09/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

୦୮/୦୩/୨୬ ରିଖ ଦିବା ୧୧ଘ. ସମୟରେ ଉତ୍କଳ ମହିଳା ସମିତି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଲୋକନାଥ ଭବନ କୁଜଙ୍ଗ ଠାରେ ପୂର୍ବତନ ଶ୍ରୀକ୍ଷେୟତ୍ରୀ ତଥା କବି ଗୀତାଞ୍ଜଳି ଦାସ୍ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ସାଜସଜ୍ଜାରେ ଶତାଧିକ ମହିଳା କୁଜଙ୍ଗ ବଜାର ପରିକ୍ରମଣା କରି ସୂଚନା ଭବନ ଠାରେ ସମବେତ ହୋଇଥିଲେ। ନାରୀନେତ୍ରୀ ରୋଜାଲିନ୍ ଦାସ୍ , ପ୍ରତିମା ମଲ୍ଲିକ୍ , ସତ୍ୟଭାମା ସ୍ଵାଇଁ , ୩ ଜଣଙ୍କୁ ନେଇ ସଭାପତି ମଣ୍ଡଳୀ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ନାରୀ ଉପରେ ଆଧାରିତ ହୃଦୟ ସ୍ପର୍ଶ ସଂଗୀତ କଲ୍ୟାଣୀ ଦାସ୍ , ନନ୍ଦିତା ସାମଲ୍ , ମମତା ଗୋଛାୟତ ଗାନ କରୁଥିଲେ। ଏହାପରେ ସାଂପ୍ରତିକ ପରିପେକ୍ଷୀରେ ମହିଳାଙ୍କ ସ୍ଥିତ ଓ କର୍ତ୍ତବ୍ୟ ଶୀର୍ଷକ ଆଲୋଚନାରେ ମୁଖ୍ୟ ବକ୍ତା ଶ୍ରୀମତୀ ଜୀନ୍ମୟୀ ସାହାଣୀ (ଉତ୍କଳ ମହିଳା ସମିତି ରାଜ୍ୟ ସମ୍ପାଦୀକା) ତାଙ୍କ ବକ୍ତବ୍ୟରେ ସ୍ଵାଧୀନତା ପୂର୍ବ ଦିଗରେ ନାରୀ ମାନଙ୍କ ସ୍ଥିତି ଓ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଆଞ୍ଚଳିକ ଅବସ୍ଥା ସହିତ ଏପଷ୍ଟିକ୍ ଫାଇଲସ୍ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ନାରୀଜାତି ଏକତା ଜାଗ୍ରତ ପ୍ରହରୀ ପରି କାମ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ଯୁକ୍ତ ପ୍ରଶାନ୍ତ ସେଠୀ (କବି ଓ ସମାଜସେବୀ ରୁନୁବାଳା ମଲ୍ଲିକ୍ ( କବି ଓ ଶିକ୍ଷୟତ୍ରୀ) ଶିକ୍ଷକ ନେତା ଶ୍ରୀଯୁକ୍ତ ବସନ୍ତ କୁମାର ସାମଲ , ସମାଜସେବୀ ଶ୍ରୀ ଯୁକ୍ତ ଅଜୟ କୁମାର ବେହେରା , ଶ୍ରୀ ଯୁକ୍ତ ରାମ ଚନ୍ଦ୍ର ମୁଦୁଲି , (ପୂତ ଭାଇସ୍ ଚେୟାରମ୍ୟାନ୍ (ଏରସମା) , ସମାଜସେବୀ ଶ୍ରୀ ଯୁକ୍ତ ବାସୁଦେବ ଖଣ୍ଡୁଆଳ , ବକ୍ତବ୍ୟ ରଖିଥିଲେ। ଶେଷରେ ମୁଖ୍ୟ ଅତିଥି ଅଧ୍ୟାପିକା ଡଃ. ରୋଜାଲିନ୍ ଜେନା ପୂର୍ବ କାଳରୁ ନାରୀ ଭୂମିକା ବର୍ତ୍ତମାନର ସ୍ମୃତି ଏବଂ ଗୁ୍ରୁକର୍ତ୍ତବ୍ୟ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏବଂ ସଭା ଶେଷରେ ସାବିତ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରି ଏହି ଅନ୍ତର୍ଜାତୀୟ ମହିଳା ଦିବସ ଟିର କାର୍ଯ୍ୟକ୍ରମକୁ ବିରାମ ଦେଇଥିଲେ।



