ଏରସମା, 10/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ତା, 8,3,2026ରିଖ ରବିବାର ଦିନ ସରବନ୍ତ ଶ୍ରୀ ଶ୍ରୀ ବଳଦେବ ଜୀୟୁ ମନ୍ଦିର ପ୍ରାଙ୍ଗଣରେ ପ୍ରେରଣାର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ସଂସଦର ସଭାପତି ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅରୁଣ କୁମାର ବେହେରା ଓ କ୍ଷିରୋଦ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଅନୁଷ୍ଠିତ ସଭାର ଉଦଘାଟନ କରିଥିଲେ ସ୍ୱପ୍ନିଳ କବି ଡ଼ଃ ସୁରେନ୍ଦ୍ର ନାଥ ତ୍ରିପାଠୀ l ପ୍ରାରମ୍ଭରେ ପଣ୍ଡିତ ବାସବ କୁମାର ନନ୍ଦ ଓଁ କାର ଧ୍ୱନି କରିଥିବାବେଳେ ସଂସଦ ସମ୍ପାଦକ ପଣ୍ଡିତ ନାଗୁ ଚରଣ ଦେବତା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l କାର୍ଯ୍ୟକାରୀ ସଭାପତି ଡ଼ଃ ବସନ୍ତ ମଞ୍ଜରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା କ୍ୟାପଟେନ ସଂଜୀବ କୁମାର ମୁଦୁଲି ମହିଳା ମାନଙ୍କୁ ଉଦବୋଧନ ଦେଇ ବିଶ୍ୱ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିବାବେଳେ ମୁଖ୍ୟବକ୍ତା ଉତ୍କଳ ସାହିତ୍ୟ ସମାଜ ଉପସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବିଶ୍ୱାଳ ପ୍ରେରଣାଦାୟୀ ମାତୃଜାତିର ସୁରକ୍ଷାପାଇଁ ନିବେଦନ କରିଥିଲେ l ଅନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ ଥିଲେ ଏରସମା ସମ୍ବାଦଘର ସଭାପତି ମହେଶ୍ୱର ସ୍ୱାଇଁ, ଆଇନଜୀବୀ ମଞ୍ଜୁଲତା ରାଉତ, ଝଙ୍କଡ଼ ସାହିତ୍ୟ ସଂସଦ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଝୁଲରାମ ଦାସ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ମଲ୍ଲିକ l ଝଙ୍କଡକନ୍ୟା ସବିତା ନାୟକ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟାଙ୍କ କବିତା ସଂଯୋଜନାରେ ହେମନ୍ତ କୁମାର ନାୟକ,କୈଳାସ ଚନ୍ଦ୍ର ପ୍ରଧାନ, ପ୍ରତିଭାରlଣୀ ମିଶ୍ର, ନିରୁପମା ପାଣି,ପାୟଲ ମଣ୍ଡଳ, ବୈଦ୍ୟନାଥ ସାହୁ, ପରମାନନ୍ଦ ମିଶ୍ର, ଚନ୍ଦନ କୁମାର ପରିଡା, ତୃପ୍ତି ରଞ୍ଜନ ମହାନ୍ତି ପ୍ରମୁଖ ପଚାଶରୁ ଉର୍ଦ୍ଧ୍ଵ କବି କବିତାପାଠ କରିଥିଲେ l ଏହି ଅବସରରେ ଆଇନଜୀବୀ ପ୍ରଶାନ୍ତ ଦାସ, ଆଇନଜୀବୀ ମଞ୍ଜୁଲତା ରାଉତ,ଅଞ୍ଜନା ମହାନ୍ତି, ଶ୍ରୀମତୀ ପାର୍ବତୀ ଗୁଡ଼ିଆ, ଶ୍ରୀମତୀ ପ୍ରତିମା ରାଉତ, ଶ୍ରୀମତୀ ପ୍ରତିଭାରଣୀ ପାତ୍ର ପ୍ରମୁଖଙ୍କୁ ବିଶ୍ୱ ମହିଳା ଦିବସକୁ ଦୃଷ୍ଟିରେ ରଖି ସମ୍ବର୍ଦ୍ଧିତ କରାଯାଇଥିଲା l ପରିଶେଷରେ ସମ୍ପାଦକଙ୍କ ଧନ୍ୟବାଦ ସହ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ l
