ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମ ପରାୟଣ ବ୍ୟକ୍ତିଙ୍କ ର ଏକାଦଶ ପାଳନ

ଏରସମା / ଭିତର ଅନ୍ଧାରୀ ଗ୍ରାମ, 10/03/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଆବିର୍ଭାବ:-ତା ୦୧/୦୮/୧୯୬୮ ତିରୋଧାନ :-ତା ୦୯/୦୩/୨୦୨୬
Article Image
ଦର୍ଶକ ବନ୍ଧୁ କଥାରେ ଅଛି "ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ"। ଏ ମିଛ ମାୟା ସଂସାର ରେ ଦିନେ ନା ଦିନେ ସମସ୍ତଙ୍କୁ ନିଜ ନିଜର ଅଭିନୟ ସାରି ବାହୁଡ଼ିବାକୁ ପଡ଼ିବ ସେହି ପରମାତ୍ମାଙ୍କ ପାଖକୁ।କିଏ ଆଗ ଯିବ ତ କିଏ ପଛ। ଆସିଛେ ଖାଲି ହାତେ ଯିବା ଖାଲି ହାତେ।କିନ୍ତୁ ଗଲା ବେଳେ ନେଇଯିବା ନିଜ ନିଜର କରିଥିବା ଭଲ କର୍ମ ଓ କୀର୍ତ୍ତି।ଯାହାକି ଏ ସଂସାରରେ ସବୁଦିନ ପାଇଁ ଚିର ସ୍ମରଣୀୟ ରହିବ।ସେହିଭଳି ଜଣେ ବ୍ୟକ୍ତି ଯାହାଙ୍କ ନାମ ସ୍ୱର୍ଗତ ପ୍ରଫୁଲ୍ଲ ନାୟକ ଓରଫ୍ ଟୁକୁନା ତାଙ୍କର ଘର ହେଉଛି ଏରସମା ବ୍ଲକ ର ଭିତର ଅନ୍ଧାରୀ ଗ୍ରାମରେ।ଖୁବ୍ କମ୍ ବୟସରେ ସେ ଛାଡ଼ି ଚାଲି ଯାଇଛନ୍ତି ତାଙ୍କ ପରିବାରକୁ। ଟୁକୁନା ବାବୁ ଜଣେ ଖାଲି ଭଲ ବ୍ୟକ୍ତି କହିଲେ ହେବନାହିଁ ସେ ଜଣେ ପରୋପକାରୀ,ସଚ୍ଚୋଟ,ସତ୍ୟବାନ୍ ଓ ଧର୍ମ ପାରାୟଣ ବ୍ୟକ୍ତି ଥିଲେ। ତା ସହିତ ସେ ସଙ୍କୀର୍ତ୍ତନ ଓ କଳାପ୍ରେମୀ ଥିଲେ।ଯାତ୍ରା ଅନୁଷ୍ଠାନ ର ସେ ଥିଲେ ନିର୍ଦ୍ଦେଶକ ଓ ଅଭିନେତା ମଧ୍ୟ।ଅଭିନୟ ଜୀବନ ପରେ ସେ ନିଜକୁ ଭାଗବତ ପ୍ରେମରେ ହଜେଇଦେଲେ।ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀର ମୁଖ୍ୟ ପୁରଧା ଥିଲେ ଓ କଳା ସଂସ୍କୃତି, ଭାଇଚାରାର କୁ ବଞ୍ଚେଇ ରଖିବା ପାଇଁ ସେ ନିରନ୍ତର ଚେଷ୍ଟା ଜାରିରଖିଥିଲେ। କୁନି ପିଲା ମାନଙ୍କୁ ଭଲ ଉପଦେଶ ଦେବା ସହିତ ସେହ୍ନ କରୁଥିଲେ। ଭଗବତ ପ୍ରେମୀ ବୋଲି ତାଙ୍କୁ ଅଞ୍ଚଳରେ ପ୍ରଫୁଲ୍ଲ ବାବା ବୋଲି ସମସ୍ତେ ଡାକନ୍ତି। ଏ ଭଳି ଏକ ଧର୍ମ ପାରାୟଣ ବ୍ୟକ୍ତିଙ୍କ ଏକାଦଶ ଦିବସରେ ବିସର କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ରସକଡା ପୁରର ବାବା ଶ୍ରୀ ରାମଚନ୍ଦ୍ର ଦାସ ଓ ଶ୍ରୀମତୀ କନକ ଓଝା ଙ୍କ ତତ୍ତ୍ଵାବଧାନରେ ଶ୍ରୀ ଶ୍ରୀ ବାସୁଦେବ ସଙ୍କୀର୍ତ୍ତନ ମଣ୍ଡଳୀ ଭିତର ଅନ୍ଧାରୀଙ୍କ ଦ୍ଵାରା ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହାର ସଭାପତିତ୍ବ କରିଥିଲେ ସଚିୟ ନନ୍ଦ ଦାଶ।ଉକ୍ତ ସଭାରେ ବ୍ଲକ୍ ସଂପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବାରିକ୍,ଭକ୍ତ ଚରଣ ମହାନ୍ତି,ଶ୍ରୀ ଜଗନ୍ନାଥ ଛାଟୋଇ, ଟିକିନା କୁମାର ନାୟକ,ଭଗଵାନ ନାୟକ,ଅଶୋକ କୁମାର ନାୟକ,ଯଶୋବନ୍ତ ମହାନ୍ତି,ଶିବ ସୁନ୍ଦର ସ୍ୱାଇଁ, ଦୀପ୍ତି ରଂଜନ ପ୍ରଧାନ,ଦିଲ୍ଲିପ କୁମାର ମହାପାତ୍ର,ଓ ଗ୍ରାମର ମୁରବି ଶିବ ପ୍ରସାଦ ବିଶୋଇ,ଭାଗ୍ୟଧର ମହାନ୍ତି,ମାଧବ ଚରଣ ସ୍ୱାଇଁ, ଧୃବ ଚରଣ ସ୍ୱାଇଁ, ଆଦିକନ୍ଦ ସ୍ୱାଇଁ, ସୁଦର୍ଶନ ମଲ୍ଲିକ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସ୍ମୁତିଚାରଣ ଉପଲକ୍ଷେ ବାସୁଦେବ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଭାଗବତ ପଠନ,ଭଜନସମାରୋହ,ଓ କବିତା ପଠନ କରାଯାଇଥିଲା।ଉକ୍ତ ପଞ୍ଚାୟତ ର ମାନି,ଗୁଣୀ,ମୂରବୀ, କଳା ପ୍ରେମୀ, ଭଗବତ ପ୍ରେମୀ ଓ ଅନେକ ସଂକୀର୍ତ୍ତନ ପ୍ରେମୀ ଉପସ୍ଥିତ ରହିଥିଲେ।ବାବା ରାମଚନ୍ଦ୍ର ଦାସ ଅତିଥି ମାନଙ୍କୁ ଉତ୍ତରୀ ସହିତ ପୁଷ୍ପ ମାଳ ଦେଇ ସମ୍ମାନିତ କରିଥିଲେ।ସମସ୍ତ ଅତିଥି ମାନେ ଏ ଦୁଃଖଦ ସମୟରେ ପ୍ରଫୁଲ୍ଲ ବାବୁଙ୍କ ପରିବାରକୁ ଧର୍ଯ୍ୟ ଓ ସାହସ ଦେବା ସହିତ ତାଙ୍କ ପୁତ୍ର ରାଜାକୁ ମା' ର ଯତ୍ନ ପ୍ରତି ଧ୍ୟାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏହି ଧର୍ମ ପାରାୟଣ ବ୍ୟକ୍ତିଙ୍କ ଆତ୍ମା ର ସଦଗତି ନିମନ୍ତେ ସମସ୍ତେ ଭଗଵାନ ନିକଟରେ ପ୍ରାର୍ଥନା କରିଥିଲେ।
Article Image
7