ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମଡେଲ ପବ୍ଲିକ ସ୍କୁଲର ୩୦ତମ ବାର୍ଷିକ ଉତ୍ସବ।

କୁଜଙ୍ଗ , 10/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ମଡେଲ ପବ୍ଲିକ ସ୍କୁଲର ୩୦ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ପରିଚାଳନା କମିଟି ସଭାପତି ଆଇନଜୀବୀ ସତ୍ଯାନନ୍ଦ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଦୁଇ ଦିନ ବ୍ଯାପି ଚାଲିଥିବା ଏହି ଉତ୍ସବରେ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ଅଶୋକ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ।ସମ୍ପାଦକ ରମେଶ ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିେଲ।ଏହି ଉତ୍ସବରେ ମୂଖ୍ଯ ଅତିଥି ଭାବେ ଜଗତସିଂହପୁର ଲୋକସଭା ସାଂସଦ ବିଭୁପ୍ରସାଦ ତରାଇ ତାଙ୍କ ବକ୍ତବ୍ଯରେ କହି ଥିଲେ ଦୀର୍ଘ ୩୦ବର୍ଷ ଧରି ଏହି ସ୍କୁଲର ଶିକ୍ଷ୍ଯାଦାନ ପଦ୍ଧତି ଅଞ୍ଚଳରେ ବିରଳ,ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନିଷ୍ଠା ଏବଂ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଶିକ୍ଷ୍ଯା କ୍ଷେତ୍ରରେ ସୁନାମ ଅର୍ଜନ କରିବାସହ ଅନ୍ଯମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି।ସେଥିପାଇଁ ସ୍କୁଲର ପରିଚାଳନା କମିଟି ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ସାଧୁବାଦ ଜଣାଇଥିଲେ।ସମ୍ନାନିତ ଅତିଥି ଭାବେ କୁଜଙ୍ଗ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ତଥା ଗବେଷକ ଜଗନ ମୋହନ ସାହୁ,ରାଜ୍ଯପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା ଅନ୍ୟତମ ଅତିଥି ଭାବେ ପରିଚାଳନା କମିଟି ର ବରିଷ୍ଠ ସଭ୍ଯ ଆଇନଜିବୀ ହେମନ୍ତ କୁମାର ସାହୁ,ପ୍ରଭାସ ରଞ୍ଜନ ଗୁରୁ ପ୍ରମୁଖ ମଞ୍ଚାସିନ ଅତିଥି ମାନଙ୍କ ଦ୍ବାରା ମେଧାବୀ ଛାତ୍ରଛାତ୍ରୀ,କ୍ରିଡା ଏବଂ ଅନ୍ଯାନ୍ଯ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ର-ଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇ ଥିଲା।ଆଇନଜିବୀ ନଳିନୀ ରଞ୍ଜନ ଦାସ ଧନ୍ଯଵାଦ ପ୍ରଦାନ କରିଥିଲେ।ପରେପରେ ଛାତ୍ର-ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଗଂ ସାଂସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
5