ପାରାଦୀପ ଗଡ, 10/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା: ୦୯.୦୩.୨୦୨୬ ରିଖ: ଜଗତସିଂହପୁର ଜିଲ୍ଲା,
ଏ.ଏମ୍.ଏନ.ଏସ. ପାରାଦୀପ ୟୁନିଟ ଦ୍ୱାରା ଆୟୋଜିତ ତୃତୀୟ ବାର୍ଷିକ ପଞ୍ଚାୟତ ସ୍ତରୀୟ ଗ୍ରାମୀଣ ସୀମିତ ଓଭର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ପାରାଦୀପ ଗଡ, ନୂଆଗଡ ଓ ଭୂତମୁଣ୍ଡାଇ ଗ୍ରାମ ପଞ୍ଚାୟତ ର ୧୨ ଗୋଟି କ୍ରିକେଟ୍ ଟିମ୍ ଅଂଶ ଗ୍ରହଣ କରିଛନ୍ତି l ଏହା ଚାରିଦିନ ବ୍ୟାପି ଅନୁଷ୍ଠିତ ହେବ l ଉଦଘାଟନ ଉତ୍ସବ ରେ ଆର୍ସେଲର ମିତ୍ତଲ୍ ନିପୋନ ଷ୍ଟିଲ ର
ସି.ଏସ.ଆର୍ ମୁଖ୍ୟ ଶ୍ରୀଯୁକ୍ତ ବିକାଶ ୟାଦେବିନ୍ଦୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ୟୁଗଜ୍ୟୋତି ମହାନ୍ତି, ପ୍ରମୋଦ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ l କମ୍ପାନୀ ର ପାରାଦୀପ ମୁଖ୍ୟ ଦେବାଶିଷ ସ୍ବାଇଁ ଟୁର୍ଣ୍ଣାମେଣ୍ଟ କୁ ସଞ୍ଚାଳନ କରିଥିଲେ l