ଏରସମା, 11/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଏରସମା ବ୍ଲକ୍ କୁଞ୍ଜକୋଠୀ ପଞ୍ଚାୟତ ଅନ୍ତର୍ଗତ ଲୁଣୁପୋଖରୀ ମା" ବନଦୂର୍ଗା ମନ୍ଦିର ପ୍ରାଙ୍ଗଣରେ ଚତୁର୍ଥ ତମ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ ଧୁମଧାମରେ ପାଳିତ ହୋଇଯାଇଛି। ଗ୍ରାମର ସମସ୍ତ ପୁରୁଷ ଓ ମହିଳାମାନେ ନୂତନ ବତ୍ସ ପରିଧାନ କରି ସାରିବାପରେ କର୍ତ୍ତା ବିପ୍ଲବ ମହାପାତ୍ର ଗ୍ରାମ ପୁଷ୍କ ରିଣୀ ନିକଟରେ ପୂଜାର୍ଚ୍ଚନା କରିଥିଲେ। ବାଜା, ବାଣ,ଘଣ୍ଟ ,ଘଣ୍ଟି, ହରି ବୋଲ ହୂଳହୁଳି ସହିତ ଗ୍ରାମବାସୀମାନେ ଏକ କଳସ ଯାତ୍ରାରେ ଆସି ମା" ବନଦୂର୍ଗା ମନ୍ଦିର ନିକଟରେ ପହଞ୍ଚିଥିଲେ। ନିତି ନିୟମ ଅନୁସାରେ ପଣ୍ଡିତ ବନମାଳୀ ଦାଶ କଳସାଧିବାସ ,ସୂର୍ଯ୍ୟପୂଜା ,ଯଜ୍ଞ ପୂର୍ଣ୍ଣାହୁତି ସମ୍ପର୍ଣ୍ଣ କରି ସାରିବା ପରେ ନଗର କୀର୍ତ୍ତନ କରାଯାଇଥିଲେ।ନିତାଇ ଗୈ।ର ରାଧେଶ୍ୟାମ ହରେକୃଷ୍ଣ ହରେରାମ ସଂକୀର୍ତ୍ତନର ଧ୍ୱନିରେ ଭଜନ କୀର୍ତ୍ତନ ମଣ୍ଡଳୀ ମାନେ ଭଜନ କରିଥିଲେ।ଗ୍ରାମର ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଲୁଣୀପୋଖରୀ ଗ୍ରାମବାସୀ ମାନେ ଉତ୍ସବ ପରିଚାଳନା କରିଥିଲେ।