କୁଜଙ୍ଗ , 12/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଆଜି କୁଜଙ୍ଗ ସମବାୟ ସଭା ଗୃହରେ କୁଜଙ୍ଗ ସଚେତନ ନାଗରିକ ମଂଚର ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛିା କୁଜଙ୍ଗ କୁ ଏନଏସି ଦାବିକରି ମଂଚ ପକ୍ଷରୁ ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନକୁ ଘୋଷଣା କରାଯାଇଥିବା କୁଜଙ୍ଗ ବନ୍ଦ ପାଳନକୁ ସ୍ଥଗିତ କରାଯାଇଛିାମଂଚ ପକ୍ଷରୁ କୁହାଯାଇଛି ଯେ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ସମସ୍ତ ଆନୁସଙ୍ଗୀକ କାଗଜପତ୍ର ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗକୁ ପଠାଇ ଦିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛିା ଫଳରେ ମଂଚ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ବନ୍ଦ ପାଳନକୁ ସ୍ଥଗିତ ରଖାଯାଇଛିା ଆସନ୍ତା ଏକ ସପ୍ତାହ ମଧ୍ଯରେ ମଂଚର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ଯମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ସାକ୍ଷାତ କରାଯାଇ ଏନଏସି ଦାବି ସମ୍ପକରେ ଆଲୋଚନା କରିବେ ବୋଲି ଆଜି ବୈଠକରେ ନିଷ୍ପତି ଗ୍ରହଣ କରାୟାଇଥିବା ମଂଚର ଆବାହକ ରଘୁନାଥ ସାହୁ ସୂଚନା ପ୍ରଦାନ କରିଛନ୍ତିା ବୈଠକରେ ମଂଚର ଉପଦେଷ୍ଠା କବି ପୀତାମ୍ବର ତରାଇ ଓ ବାବୁରାମ ଚୌଧୁରୀ ସୂଚନା ପ୍ରଦାନ କରିଥିଲେ ଯେ ଗତ ୨୭ ତାରିଖରେ ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ କରାଯାଇ ଦାବି ପ୍ରଦାନ କରାଯାଇଥିଲାା ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କାଗଜପତ୍ର ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଥିବା ଜଣାପଡିବା ପରେ ମଂଚ ଆଶ୍ବସ୍ଥ ହୋଇଛିା ସୂଚନାଯୋଗ୍ୟ ୨୦୨୪ ମସିହା ମାର୍ଚ୍ଚ ମାସରେ ତତକାଳୀନ ସରକାର କୁଜଙ୍ଗକୁ ଏନଏସି ଘୋଷଣା କରିଥିଲୋ ମାତ୍ର ଏବେର ସରକାର ଏହାକୁ ଅଣଦେଖା କରିଥିବାରୁ କୁଜଙ୍ଗ ବାସୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛିା ସ୍ଥାନୀୟ ଜନସାଧାରଣ ସରକାରଙ୍କ ବିରୋଦ୍ଧରେ କଡା ଆଭିମୁଖ୍ୟ ନେଇ ଆନ୍ଦୋଳନ ଚଳାଇ ଆସୁଛନ୍ତିା ମଂଚ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ସହିତ ଆଲୋଚନା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଆଜି ନିଷ୍ପତି ହୋଇଛିା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କୁଳମଣୀ ସାମଲ, ରାମଦାସ ମହାନ୍ତି,ଦୁଷ୍ମନ୍ତ ମାଝୀ, ରଂଜିତ ବିଶ୍ବାଳ, ରଶ୍ମୀରଂଜନ ଦାଶ, ସୁଶାନ୍ତ କୁମାର ଦାସ,ବିବେକାନନ୍ଦ ଦାସ,ରଂଜିତ ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲୋ