ଏରସମା, 12/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିରକୁ ଏରସମା ଏ ବିଡ଼ିଓ ଜ୍ଞାନେନ୍ଦ୍ର କୁମାର ଲେଙ୍କା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗତ ୨୦୨୫-୨୬ ମସିହା ଆର୍ଥିକ ବର୍ଷରେ ଉକ୍ତ ଯୋଜନା ଅନ୍ତର୍ଗତ ସମସ୍ତ ପ୍ରକଳ୍ପ , ହିତାଧିକାରୀ ମାନେ କିଭଳି ଲାଭାନ୍ୱତ ହୋଇଛନ୍ତି ଓ କେଉଁଠି ତୃଟି ରହିଛି ସେ ସମ୍ପର୍କରେ ବିଶଦ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏରସମା ଏ ବିଡ଼ିଓ ଜ୍ଞାନେନ୍ଦ୍ର କୁମାର ଲେଙ୍କାଙ୍କ ସଭାପତିତ୍ବରେ ଏହି ଜନଶୁଣାଣି ଶିବିରକୁ ଏ ପିଓ ସାଧନା ରାଉତ ପରିଚାଳନା କରିଥିବା ବେଳେ ବ୍ଲକ ସାମାଜିକ ସମୀକ୍ଷକ ଏସେ ,ସି ମନିଷ୍ କୁମାର ୟୁସୁ ଫାଇଲକୁ ପଠନ କରିବା ସହିତ ମନରେଗା ଜନଶୁଣାଣୀକୁ ସମାପ୍ତ କରିଥିଲେ।