ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ

ବୁଗୁଡ଼ା, 12/03/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ୨୦୨୫-୨୬ ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବୁଗୁଡା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଓ ମାଣିତରା ସୁପ୍ରଭାଇଜର ଗୀତାଞ୍ଜଳି ବଡମୁଣ୍ଡିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ପଞ୍ଚାୟତ ସ୍ତରୀୟ କିଶୋରୀ ମେଳାରେ ମାଣିତରା ପଞ୍ଚାୟତର ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ସମିତିସଭ୍ୟ ଜୟଦେବ ପ୍ରଧାନ, ମହିଳା ସ୍ଵାସ୍ଥ୍ୟ କର୍ମୀ ପ୍ରତିମା ସ୍ବାଇଁ, ଶିକ୍ଷକ ଖଦାଳ ରାଉତ, ଚନ୍ଦନ କୁମାର ରାଉତ ଅତିଥିଭାବେ ଯୋଗଦେଇଥିଲେ। ପଞ୍ଚାୟତର ବହୁ କିଶୋରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠିତ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ତିନୋଟି ବିଭାଗରେ ପ୍ରତିଯୋଗିତା ହୋଇ କୃତିତ୍ୱ ହାସଲ କରିଥିବା ତିନି ଜଣ କିଶୋରୀଙ୍କୁ ପୁରସ୍କୃତ କରାଯାଇଥିଲା । ମାଣିତରା ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସହଯୋଗ କରିଥିଲେ । ଶେଷରେ ଅଙ୍ଗନୱାଡି କର୍ମୀ ଆରତୀ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।
8