ଜଗତସିଂହପୁର, 12/03/2026, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :
ଜଗତସିଂହପୁରରୁ ପୁରୀ ଯିବାପାଇଁ ଲୋକମାନେ ଆଗ ଭଳି ଅଡଶପୁର ଭାୟା ଦେଇ ଯାଉନାଁହାନ୍ତି |ଏବେ ଆଳିପିଙ୍ଗଳ ପୋଲ ଠାରୁ ନଦୀବନ୍ଧ ରାସ୍ତାରେ କାଳଖ ପୋଲଦେଇ ପହଂଗା ତାଂପଡା -ମାଧବ -ଚାରିଛକ ଦେଇ ପୁରୀ ଯାଉଛନ୍ତି |ଅପେକ୍ଷାକୃତ କମ ଦୂରତା ହୋଇଥିବାରୁ ସମସ୍ତ ପୁରୀ ଯାତ୍ରୀ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି |ଦୈନିକ ଶହ ଶହ ସଂଖ୍ୟାରେ ଗାଡି ଚାଲୁଛି |ଆଳିପିଙ୍ଗଳ ପୋଲଠାରୁ କାଳଖ ପୋଲ ନଦୀବନ୍ଧ ରାସ୍ତାଟି ଖୁଵ ଅଣଓସାରିଆ ହୋଇଥିବାରୁ ଦୁଇଟି ଚାରିଚକିଆ ଗାଡି ପରସ୍ପରକୁ ଅତିକ୍ରମ କରିବାକୁ ବହୁତ ଅସୁବିଧା ହେଉଛି |ଅନେକ ସମୟରେ ଦୁର୍ଘଟଣା ଘଟୁଛି |ଏହି ନଦୀବନ୍ଧ ରାସ୍ତାର ଦୂରତା ମାତ୍ର 7କିମି ଅଟେ |ଏହା ନିଆଳି ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଛି |ଏହି ରାସ୍ତାକୁ ଦୁଇ ଦୁଇ ଲେନ କରିବା ପାଇଁ ଉପକୂଳ ଓଡିଶା ବିକାଶ ପରିଷଦ ତରଫରୁ ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରାଯାଇଛି, ହେଲେ ଫଳଶୂନ |ଏହି ରାସ୍ତାଉପରେ ନିର୍ଭରଶୀଳ ଜନସାଧାରଣ ଙ୍କର ଯନ୍ତ୍ରଣା ବଢ଼ି ବଢ଼ି ଯାଉଛି |ସରକାର ତୁରନ୍ତ ଏହି ରାସ୍ତାକୁ ଦୁଇ ଲେନ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି |