ଜଗତସିଂହପୁର, 12/03/2026, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :
ଜଗତସିଂହପୁର ସଦର ମହକୁମା ସଂଲଗ୍ନ, କଟକଜିଲ୍ଲା ନିଆଳି ବ୍ଲକ, ସିଠାଳ ଗ୍ରାମପଂଚାୟତ ଅଧୀନ ଶାସନପଡା ଗ୍ରାମରେ ନୀଳମାଧବଜୀଉ ସରକାରୀ ଉଚ୍ଚବିଦ୍ୟାଳୟ ଅବସ୍ଥିତ |ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ଅଛି |ଦେବୀନଦୀ, କନ୍ଦଳ ନଦୀ ଓ ସିଠାଳନଦୀର ଘେର ମଧ୍ୟରେ ଥିବା ଏହି ଭୂଖଣ୍ଡଟି, କଟକଜିଲ୍ଲା ଓ ନିଆଳି ବ୍ଲକର ସୀମାନ୍ତ ଅଂଚଳ ଅଟେ |ଏହି ବିଦ୍ୟାଳୟରେ କଟକ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା ର ଛାତ୍ରଛାତ୍ରୀ ମାନେ ଅଧୟନ କରନ୍ତି |ଉକ୍ତ ଉଚ୍ଚବିଦ୍ୟାଳୟରେ ଯୁକ୍ତଦୁଇ ଶ୍ରେଣୀ ଖୋଲାଯିବାର ଜରୁରୀ ଆବଶ୍ୟକତା ଅଛି |ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି |ଯୁକ୍ତଦୁଇ ଶ୍ରେଣୀ ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ବାରମ୍ବାର ଦାବୀ ହୋଇଛି |ସରକାର ଆଗାମୀ ଦିନରେ ନୀଳମାଧଵଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୁକ୍ତଦୁଇ ଶ୍ରେଣୀ ଖୋଲିବାପାଇଁ ପଦକ୍ଷେପ ନେବାପାଇଁ ଓମ ପ୍ରକାଶ ବଡୁ, ସୁରେନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ନାୟକ, ରାଇଚରଣ ବଡୁ, ଇନ୍ଦ୍ରମଣି ବେହେରା ପ୍ରମୁଖ ଦାବୀ କରିଛନ୍ତି |