କୁଜଙ୍ଗ , 12/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ମେଡିକାଲ ପରିସରରେ ଜରାୟୁ କର୍କଟ ପ୍ରତିଶୋଧକ ଏଚ. ଭି. ପି ଟିକା ପ୍ରଦାନ କରାଯାଇଛି । ସାଇଲୋ ରାହାମା ସ୍ଥିତ PM SHRI SCHOOL ଜୱାହାର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୧୪ ବର୍ଷର ଝିଅ ମାନଙ୍କୁ ଜରାୟୁ ଗ୍ରିବା କର୍କଟରୁ ସୁରକ୍ଷା ପାଇଁ ଟୀକାକରଣ ଦିଆଯାଇଛି।ଏହି ପ୍ରତିଷେଧକ ଟିକା ୧୪ ବର୍ଷରୁ ଉର୍ଦ୍ଧ୍ବ ଓ ୧୫ ବର୍ଷ ବୟସରୁ କମ ଝିଅ ମାନଙ୍କୁ ସମଗ୍ର ସରକାରୀ ହସ୍ପିଟାଲ ରେ ମାଗଣା ରେ ଉପଲବ୍ଧ।ଏଥିରେ ନାମ ପଞ୍ଜୀକରଣ କରାଯାଇ ବାଳିକାମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। PM SHRI SCHOOL ଜୱାହାର ନବୋଦୟ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମାନେ ୨୦ ଜଣ ଝିଅ ମାନଙ୍କୁ ନେଇ କୁଜଙ୍ଗ ମେଡିକାଲ ରେ ପହଞ୍ଚି ଥିଲେ ।ସେଥି ଆଜି ଏଚ. ଭି. ପି ଟିକା ପ୍ରଦାନ କରାଯାଇଥିଲା। ଟୀକା ଦେବା ପରେ ନର୍ସ ଦିଦି ମାନେ ଝିଅ ମାନଙ୍କୁ କିଛି ସମୟ ରେଷ୍ଟ ନେବା ପାଇଁ କହିଥିଲେ ଏବଂ ମେଡିକାଲ ତରଫରୁ ବିସ୍କୁଟ ଓ ଓଆରକ୍ସ ପକେଟ ବଣ୍ଟନ କରାଯାଇଥିଲା । ପରେ ଭଲରେ ଭଲରେ ଝିଅ ମାନେ ବିଦ୍ୟାଳୟକୁ ଫେରି ଆସିଥିଲେ।