ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।

କୁଜଙ୍ଗ, 13/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ବ୍ଲକ ସମ୍ମିଳନୀ କକ୍ଷରେ କମିଟିର ସଭାପତି ତଥା କୁଜଙ୍ଗ ତହସିଲଦାର ସ୍ୱରୁପ ନନ୍ଦନ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ନାରାୟଣ ବିରବର ସାମନ୍ତ ଟ୍ରଷ୍ଟ ଆନୁକୁଲ୍ୟରେ ଚଳିତବର୍ଷ ଏପ୍ରିଲ ୯ତାରିଖ ଠାରୁ ୧୩ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନଧରି ମହାଆଢ଼ମ୍ବରରେ ପାଳନ କରାଯିବ।ଉଦଘାଟନୀ ସଂନ୍ଧ୍ଯାରେ କୁଜଙ୍ଗର ଗାନ୍ଧୀ ସ୍ବର୍ଗତ ନାରାୟଣ ବିରବର ସାମନ୍ତଙ୍କ ପ୍ରତିମୂର୍ତ୍ତିକୁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଉନ୍ମୋଚନ କରିବା ସହ ଶାନ୍ତି ଶୁଙ୍ଖଳା,ଟ୍ରାଫିକ ସମସ୍ଯା,ପାନୀୟଜଳ,ସ୍ୱଛ ପରିମଳ ସମ୍ପର୍କରେ ବିସ୍ତୁତ ଆଲୋଚନା କରାଯାଇଥିଲା।ଏହି ବୈଠକ ରେ ମହୋତ୍ସବ କମିଟିର ସମ୍ପାଦକ ବିଡିଓ ଦିପକ ପ୍ରସାଦ ସ୍ୱାଇଁ,ଥାନା ଅଧିକାରୀ ବଶିଂଧର ପ୍ରଧାନ,ଅଗ୍ନିଶମ ଅଧିକାରୀ,ବିଦ୍ଯୁତ ବିଭାଗର ସହକାରୀ ନିର୍ବାହୀ ଯନ୍ତୀ, କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ,ପ୍ରାଣୀ ଚିକିତ୍ସକ,ଟ୍ରଷ୍ଟ ବୋଡ୍ର ସମସ୍ତ ସଭ୍ଯ ଓ ଭାଜପା ନେତୃମଣ୍ତଳୀ,ମଣ୍ଡଳ ସଭାପତି,ପଞ୍ଚାୟତ ଲୋକ ପ୍ରତିନିଧି ମାନଙ୍କ ସମେତ ମହୋତ୍ସବ କମିଟିର ସମସ୍ତ ସଭ୍ଯ/ସଭ୍ଯ ଉପସ୍ଥିତ ଥିଲେ।
8