ରାହାମା, 13/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା ଠାରେ ନାମାଚାର୍ଯ୍ୟ ଶ୍ରୀମଦ୍ ବାୟାବାବା ଭାଗବତ ପ୍ରଚାର ସମିତି ରାହାମା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ-୨୦୨୬ ଆଜିର ପ୍ରଥମ ଦିବସ ରେ ଦିନରେ ଅନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା।ମଞ୍ଚ ମୁଖ୍ୟ ଉଦଘାଟକ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ସୁଭଦ୍ରା ଙ୍କ ବାଡ଼ଗ୍ରାହି ରାମଚନ୍ଦ୍ର ଦାଶ ମହାପାତ୍ର,ସ୍ୱତନ୍ତ୍ର ସନ୍ନମାନିତ ଅତିଥି ପୂର୍ବତନ ଶ୍ରୀ ମନ୍ଦିର ପ୍ରଶାସକ ଡ଼ ଭାସ୍କର ମିଶ୍ର, ପୂଜ୍ୟ ବ୍ୟାସ ସ୍ୱାମୀ ମୁକୁନ୍ଦ କୁଷ୍ଣଜୀ ମହାରାଜ, ସନ୍ନମାନିତ ଅତିଥି ଭାବେ ସୃତି ସାଗର ମହାରାଜ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ବଜାର କମିଟି ସଭାପତି ଶିଶିର କୁମାର ଦାସ,ମୁଖ୍ୟ ସଂଯୋଜକ ତଥା ଅନୁଷ୍ଠାନର ସମ୍ପାଦକ ଡ଼ ସୁନାକର ବେହେରା

ତତ୍ୱାବଧାନ ରେ ଅନ୍ତର୍ଜାତୀୟ ଜଗନ୍ନାଥ ମହୋତ୍ସବ ର ମୁଖ୍ୟ ବିନ୍ଧାଣି ସାଜିଥିଲେ। ସୁଭଦ୍ରା ଙ୍କ ବାଡ଼ ଗ୍ରାହୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାଖେଳା ଓ ମହାପ୍ରଭୁଙ୍କ ମାନବୀୟ ଲୀଳା ଉପରେ ବିଭିନ୍ନ ପ୍ରସଙ୍ଗ ମାନ ଉତ୍ଥାପନ କରିଥିଲେ ଏବଂ ରାହାମା ଶ୍ରୀଜଗନ୍ନାଥ ମହୋତ୍ସବର ଆଧ୍ୟାତ୍ମିକ ପରିବେଶ ଦେଖି ଅଭିଭୂତ ହୋଇ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ। ୧୧ମାର୍ଚ୍ଚ ରୁ ଆରମ୍ଭ ହୋଇ ୧୮ତାରିଖ ପ୍ରଯ୍ୟନ୍ତ ଚାଲୁ ରହିବ। ପ୍ରଥମ ଦିନ ୧୦୦୮ ଶ୍ରଦ୍ଧାଳୁ ଭକ୍ତ ମାନେ ପବିତ୍ର ପୂନ୍ୟତୋୟା ମହାନଦୀରେ ପୂଜାର୍ଚନା କରି ପବିତ୍ର ଜଳ ଆଣି ଯାଇଥିଲା।ଶ୍ରୀ ଶ୍ରୀ ନୀଳ ମାଧବ ୧୫ବେଶ, ଛପନ ଭୋଗ ଓ ପଞ୍ଚକୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ, ମୁଖ୍ୟ ଆକର୍ଷଣ ଥିଲା ବେଦମାତା ଗାୟତ୍ରୀ, ରଥାରୁଢ଼ ତିନି ରଥ ର ଦର୍ଶନ, ଭକ୍ତ ମାନଙ୍କୁ ଆକର୍ଷିତ କରିଥିଲା।ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ପୂଜା ଅର୍ଚ୍ଚନା କରାଯାଇଥିଲା।ଯଂଜ୍ଞ ପୁରୋହିତ ହିତ ଭାବେ ପୂଜକ ବିଷ୍ଣୁଚରଣ ପାଢ଼ୀ ଓ ସହଯୋଗୀ ମୁଖ୍ୟ କର୍ତ୍ତା ଭାବେ ଲକ୍ଷ୍ମୀଧର ସାହୁ କର୍ତ୍ତୀ ଭାବେ ସସ୍ମିତା ଲେଙ୍କା, ଅନୁଷ୍ଠାନ ତରଫରୁ ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ସାହୁ, ବଂଶୀଧର କୁଣ୍ଡୁ, ଭିକାରି ଚରଣ ସେନାପତି,ଶରତ ସାହୁ, ବିପିନ ବରାଳ, ମନୋହର ସ୍ୱାଇଁ, ପ୍ରଦୀପ୍ତ କୁମାର ସାହୁ, ସରୋଜ ଦାସ,ବିନୋଦ କୁମାର ବରାଳ, ସୁଲେଖ ବେହେରା, ଧୀରେନ୍ ମାଝୀ, ପ୍ରକାଶ କୁମାର ବିଶ୍ୱାଳ, ଦିଲ୍ଲୀପ ସେନାପତି, ପ୍ରଦୀପ ରାଉତ, ପ୍ରଶାନ୍ତ କୁମାର ସାହୁ,ଅମୀୟ ଜେନା, ଜୟନ୍ତ ମହାନ୍ତି, ଗଗନ ସ୍ୱାଇଁ, ବିକ୍ରମ ମହାପାତ୍ର, ସମ୍ବାଦ ପ୍ରତିନିଧି ଦେବାଶିଷ ଅକ୍ଷୟ କୁମାର ମହାନ୍ତି ଙ୍କ ସହିତ ସମସ୍ତ ସଦସ୍ୟ ପରିଚାଳନା କରିବାରେ ମୁଖ୍ୟ ଭୂମିକା ନେଇଥିଲେ।ବିଶେଷ ଆକର୍ଷଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶାଳ ଦାରୁବିଗ୍ରହଙ୍କୁ ଦୁର୍ଲଭ ଦର୍ଶନ ଓ ଶ୍ରୀକ୍ଷେତ୍ରର ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ପ୍ରଦର୍ଶନ
