ପାରାଦୀପ / କୁଜଙ୍ଗ, 13/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

କୁଜଙ୍ଗ ବ୍ଳକ ଗଣ୍ଡକିପୁର ଗ୍ରାମରେ ସ୍ୱର୍ଗତ ବିଶ୍ୱମ୍ଭର ପରିଡ଼ାଙ୍କ ଏକାଦଶ ଦିନ ଅବସରରେ ଗ୍ରାମବାସୀ ଏବଂ କ୍ଲବର ଶତାଧିକ ଯୁବକଙ୍କ ଅଂଶଗ୍ରହଣରେ ଏକ କାଣ୍ଡେଲ ଶୋଭାଯାତ୍ରା ଗ୍ରାମ ପରିଭ୍ରମଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗଣ୍ଡକିପୁର ଗ୍ରାମର ଶହରୁ ଅଧିକ ଯୁବକ ଯୋଗଦେଇ ସ୍ୱର୍ଗତ ବିଶ୍ୱମ୍ଭର ପରିଡ଼ାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।
ସ୍ୱର୍ଗତ ବିଶ୍ୱମ୍ଭର ପରିଡ଼ା ସଦା ଗ୍ରାମର ବିଭିନ୍ନ ସାମୁହିକ କାର୍ଯ୍ୟରେ ଆଗୁଆ ଭାବେ ଅଂଶଗ୍ରହଣ କରୁଥିଲେ। କ୍ଲବର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କର ଅତୁଳନୀୟ ଅବଦାନ ଥିଲା। ତାଙ୍କ ଅକାଳ ବିୟୋଗରେ ପୁରା ଗଣ୍ଡକିପୁର ଗ୍ରାମ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ଦଶାହ ଅବସରରେ କ୍ଲବର ଶତାଧିକ ଯୁବକ କାଣ୍ଡେଲ ଶୋଭାଯାତ୍ରା କରି “ବିଶ୍ୱମ୍ଭର ପରିଡ଼ା ଅମର ରହେ” ଧ୍ୱନୀ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ମାଁ ରାମଚଣ୍ଡୀ ୟୁଥ୍ କ୍ଳବ୍ ର ସମସ୍ତ ଯୁବକମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ସ୍ୱର୍ଗତ ବିଶ୍ୱମ୍ଭର ପରିଡ଼ାଙ୍କ ପ୍ରାଥିବ ଶରୀରକୁ ନିଜ ଗ୍ରାମ ସ୍ମଶାନରେ ଦାହ ସଂସ୍କାର କରାଇବାରୁ ଆରମ୍ଭ କରି ଏକାଦଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ କ୍ଳବର ଯୁବକମାନେ ସାହାଯ୍ୟ ଓ ସହଯୋଗ କରିଥିବାରୁ ଗ୍ରାମବାସୀମାନେ କ୍ଲବ ର ଯୁବକ ମାନଙ୍କୁ ପ୍ରଶଂସା କରିଥିଲେ।