ଏରସମା, 13/03/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
ଏରସମା ବ୍ଲକ ନୂଆଗାଁ ରାଧାମୋହନ ଜୀଉ ଯାଦବ ସଂଘ ତରଫରୁ ସିଦ୍ଧଗୁମ୍ଫା ପରିସରରେ ଲଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପାଳ ସମ୍ପ୍ରଦାୟର ଲୋକମାନେ ଯୋଗଦେଇଥିଲେ । ଏହି ଲଉଡ଼ି ପ୍ରତିଯୋଗିତାରେ ପ୍ରକାଶ ପଲାଇ, ଲକ୍ଷ୍ମୀଧର ଦାସ, କପିଳ ଗାୟା, ଆଶୁତୋଷ ଦାସ, ମଙ୍ଗୁଳି ଦାସ ପ୍ରମୁଖ ନେତୃତ୍ୱ ଭାର ତୁଲାଇଥିଲେ । ଗୋପାଳ ସମ୍ପ୍ରଦାୟର ଯୁବକ ମାନେ ଉଚ୍ଚକୋଟ୍ଟୀର ଭାବେ ଲଉଡ଼ି ଖେଳ ପ୍ରଦର୍ଶିତ କରି ଲୋକମାନଙ୍କ ମନ ମୋହିଥିଲେ ।