ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅସ୍ମିତ୍ କଲେଜର ୨୫ତମ ବାର୍ଷିକ ଉତ୍ସବ“ଆର୍ୟା ଫେଷ୍ଟ –୨୦୨୬” ପାଳିତ

ଭୁବନେଶ୍ୱର, 14/03/2026, ଉତ୍କଳ voice news - utkalvoicenews.com(ରାକେଶ ସୂତାର ଙ୍କ ରିପୋର୍ଟ ) :
Article Image
ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅସ୍ମିତ୍ କଲେଜର ୨୫ତମ ବାର୍ଷିକ ଉତ୍ସବ “ଆର୍ୟା ଫେଷ୍ଟ–୨୦୨୬” ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏହି କାର୍ଯକ୍ରମ ରେ ପ୍ରଥମେ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ନିର୍ଦେଶକ ଡ଼ ମନ୍ମଥ କୁମାର ନାୟକ।କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଇଉରୋଲୋଜି ବିଭାଗର ଡାକ୍ତର ଓ ଜଗନ୍ନାଥ ଧର୍ମ ପ୍ରଚାରକ ଡ଼. ଆଶୁତୋଷ ପ୍ରସାଦ ମିଶ୍ର ଉପସ୍ଥିତ ରହି ମୂଲ୍ୟବାନ ମତାମତ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ଲୀଳା କ୍ଷେତ୍ର ଟ୍ରଷ୍ଟର , ସଭାପତି ଡ଼. ସୁଶାନ୍ତ କୁମାର ସାହୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ଥିଲା “ଆଧୁନିକ ପରିଚାଳନାରେ ଶ୍ରୀ ଜଗନ୍ନାଥ ଙ୍କ ଆଭିମୁଖ୍ୟ ଏବଂ ଚେତନା”। ଅତିଥିମାନେ ତାଙ୍କର ଉଦ୍ବୋଧନରେ ଶ୍ରୀଜଗନ୍ନାଥଙ୍କ ଚେତନା, ମାନବୀୟ ମୂଲ୍ୟବୋଧ ଓ ସମାନତାର ଆଦର୍ଶ କିପରି ଆଧୁନିକ ପରିଚାଳନା ଓ ସମାଜ ଗଠନରେ ପ୍ରେରଣା ଦେଇପାରେ ସେଥିପାଇଁ ଆଲୋକପାତ କରିଥିଲେ।
Article Image
ଅନୁଷ୍ଠାନର ପ୍ରିନ୍ସିପାଲ ଡ଼. ଶ୍ରିତା ଭୋଳ, ପ୍ରଶାସକ ଅଧିକାରୀ ସଞ୍ଜୟ ମିଶ୍ର, ଛାତ୍ର ମଙ୍ଗଳ ଅଧିକାରୀ ଶୁଭେନ୍ଦୁ କୁମାର ଦାସ, ବିଭାଗ ମୁଖ୍ୟ ରଶ୍ମିତା ପାଣିଗ୍ରାହୀ ସହିତ ଅନ୍ୟାନ୍ୟ ଅଧିକାରୀ, ଅଧ୍ୟାପକ ଓ ଅଧ୍ୟାପିକା ସଦସ୍ୟ ମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଅଧ୍ୟାପକ ବବୁଲ ମଲ୍ଲିକ କରିଥିଲେ। ଏହି ଉତ୍ସବ ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଶିକ୍ଷାମୂଳକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। “ଷ୍ଟୁଡେଣ୍ଟ ଅଫ ଦ ୟର” ପୁରସ୍କାର ସତ୍ୟ ରଞ୍ଜନ ସାହୁ ଏବଂ ସ୍ନେହା ରାଣୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା ।
Article Image
ଶେଷରେ ପ୍ରଶାସକ ଅଧିକାରୀ ସଞ୍ଜୟ ମିଶ୍ର ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।
9