ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ, ଚୂନ ବେଲାରୀ ଛକ ରେ ଜନ ସେବା କେନ୍ଦ୍ର ଉଦଘାଟିତ l

ପାରାଦୀପ ଗଡ / ଚୂନ ବେଲାରୀ, 15/03/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା: ୧୫.୦୩.୨୦୨୬ ରିଖ: ଜଗତସିଂହପୁର ଜିଲ୍ଲା, ପାରାଦୀପ ଗଡ ପଞ୍ଚାୟତ ର ଚୂନ ବେଲାରୀ ଛକ ନିକଟରେ "ବନ୍ଦନା" ଜନସେବା କେନ୍ଦ୍ର ଉଦଘାଟିତ ହୋଇ ଯାଇଛି l ଉକ୍ତ ଉଦ୍ଘାଟନ ଉତ୍ସଵ ରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଜନ ସେବା କେନ୍ଦ୍ର କୁ ଉଦ୍ଘାଟନ କରିଥିଲେ l ଏହି ଜନ ସେବା କେନ୍ଦ୍ର ପାରାଦୀପ ଗଡ, ନୂଆଗଡ, ବିଶ୍ବାଳି ଓ ଭୂତମୁଣ୍ଡାଇ ପଞ୍ଚାୟତ ର ଜନ ସାଧାରଣ ଙ୍କ ସେବା କାର୍ଯ୍ୟ ରେ ଆସି ପାରିବ ବୋଲି ଶ୍ରୀଯୁକ୍ତ ବେହେରା ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଚନ୍ଦ୍ର ଶେଖର ଚୌଧୂରୀ, ବିଚିତ୍ର ପ୍ରଧାନ, ୱାର୍ଡ଼ ସଭ୍ୟ ସଚ୍ଚିଦାନନ୍ଦ ମହାପାତ୍ର, ଅଙ୍ଗନୱାଡ଼ି କର୍ମୀ ପୂଜାରାଣୀ ସୁତାର, ଲିପି ମହାପାତ୍ର, ଶିକ୍ଷୟତ୍ରୀ ଯଶୋମନ୍ତି ଜେନା, ରବୀନ୍ଦ୍ର ସାହୁ, ଉର୍ମିଳା ମହାରଣା, ଅବନ୍ତୀ ମହାପାତ୍ର, ପ୍ରଭାତ ସାହୁ ପ୍ରମୁଖ ଯୋଗଦେଇଥିଲେ l ଜନସେବା କେନ୍ଦ୍ର ର ପରିଚାଳକ ଶ୍ରୀଯୁକ୍ତ ତପନ କୁମାର ମହାପାତ୍ର ଧନ୍ୟବାଦ୍ ଦେଇଥିଲେ l
Article Image
Article Image
Article Image
18